ଉଦଳା ସବ୍‌ଜେଲ୍‌ରୁ ୨୧କରୋନା ଆକ୍ରାନ୍ତ ଚିହ୍ନଟ, ଭୟରେ ଅନ୍ତେବାସୀ

ଉଦଳା: ଜେଲ୍‌ରେ କରୋନା। ଉଦଳା ସବ୍‌ଜେଲ୍‌ରୁ ୨୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ବିଚାରଧୀନ କଏଦୀଙ୍କ ମଧ୍ୟରୁ ୭୬ଜଣଙ୍କ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ମୋଟ ୨୧ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ସମସ୍ତ କଏଦୀଙ୍କୁ ଜେଲ ଭିତରେ ଆଇସଲେସନରେ ରଖାଯାଇଛି। ପୁରା ଜେଲ୍‌କୁ ଉଦଳା ଏନ୍‌ଏସି ପକ୍ଷରୁ ସାନିଟାଇଜ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.