ମାଗଣାରେ ବିମାନ ଯାତ୍ରା ଓ ସରକାରୀ ଆତିଥ୍ୟ ପାଇବାର ସୁବର୍ଣ୍ଣ ସୁଯୋଗ, ଏହି ରାଜ୍ୟ ସରକାର କଲେ ଘୋଷଣା

କରୋନା ଭାଇରସର ସଂକ୍ରମଣ ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ପ୍ଲାଜ୍ମା ଥେରାପିର ଚାହିଦା ବଢ଼ିଯାଇଛି। କରୋନା ପଜିଟିଭଙ୍କ ଜୀବନ ବଞ୍ଚାଇବା ପାଇଁ ବର୍ତ୍ତମାନ ପ୍ଲାଜମା ଥେରାପି ସବୁଠୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ତେବେ ପୂର୍ବରୁ କର୍ଣ୍ଣାଟକ ସରକାର ଲୋକଙ୍କୁ ପ୍ଲାଜମା ଦାନ କଲେ ୫୦୦୦ ଟଙ୍କାର ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ। ଏବେ କିନ୍ତୁ ପ୍ଲାଜମା ଦେଲେ ମାଗଣାରେ ବିମାନ ଯାତ୍ରା କରିପାରିବେ ବୋଲି ଆସାମ ସରକାର ଘୋଷଣା କରିଛନ୍ତି।

ଆସାମ ସରକାର ପ୍ଲାଜମା ବ୍ୟାଙ୍କ ପାଇଁ ଏକ ବ୍ୟାପକ ଅଭିଯାନ ଚଲାଇଛନ୍ତି। ଯେଉଁଥିରେ ଅନ୍ୟ ରାଜ୍ୟର କୋଭିଡ-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଚାହୁଁଚନ୍ତି, ତେବେ ସେହି ଲୋକଙ୍କୁ ରାଜକୀୟ ଅତିଥି ସେବା ମିଳିବ ଅର୍ଥାତ୍‌ ସେମାନଙ୍କ ପାଇଁ ମାଗଣା ବିମାନ ଯାତ୍ରା ଏବଂ ରହିବାର ବ୍ୟବସ୍ଥା କରାଯିବ।

palsma

ଆସାମ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହିମନ୍ତ ବିସ୍ତ ସରମାଙ୍କ କହିବାନୁଯାୟୀ, ଅନ୍ୟ ରାଜ୍ୟର କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଆସାମ ଆସି ଏଠାକାର କରୋନା ସଂକ୍ରମିତଙ୍କ ଉପଚାର ପାଇଁ ପ୍ଲାଜମା ଦାନ କରିପାରିବେ। ଯେଉଁମାନେ ପ୍ଲାଜମା ଦାନ କରିବେ, ସେମାନଙ୍କୁ ମାଗଣା ବିମାନ ଯାତ୍ରା ସହିତ ରହିବା ପାଇଁ ମାଗଣା ସୁବିଧା ମଧ୍ୟ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.