ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ନାହିଁ ! ତିନିଟି ଲିଙ୍କରୁ ଜଣାପଡୁଛି କୋଭିଡ 19 ଆସିଛି ରାଜ୍ୟ ବାହାରୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ । ତିନିଜଣ କୋଭିଡ 19 ପୋଜେଟୀଭଙ୍କ ଲିଙ୍କ ସ୍ପଷ୍ଟ ହେବ ପରେ ଏକଥା ଜଣାପଡିଛି । କିଛି ସମୟ ପୂର୍ବରୁ ବିଏମସି
କମିଶନ ପ୍ରେମଚନ୍ଦ୍ର ଚୌଧୁରୀ ଏ ସମ୍ପର୍କରେ ଜଣାଇଛନ୍ତି ।

ବମିଖାଲରେ ସଂକ୍ରମିତ

ବମିଖାଲରେ ସଂକ୍ରମିତ ଗୋଟିଏ ପରିବାରର 3 ଜଣଙ୍କ ବାପା ଭୋପାଲରେ ରୁହନ୍ତି । ସେ ଦିଲୀ ତବଲିଗି ଜାମତ ଯାଇଥିଲେ । ବମିଖାଲର 3 ଜଣ ଭୋପାଳ ତାଙ୍କ ବାପାଙ୍କ ପାଖକୁ ଯାଇଥିଲେ । ତେଣୁ ସେଠାରୁ ସେମାନେ ସଂକ୍ରମିତ ହୋଇଥାଇ ପାରନ୍ତି ।

PREM CHANDRA

ପଞ୍ଚମ ଆକ୍ରାନ୍ତ

ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତଙ୍କୁ ତାଙ୍କ ଝିଅ ଠାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଟଁପ୍ରଦୀପ୍ତ ଦଳବେହେରାଙ୍କ ଝିଅ କୋଲକାତା ଯାଇଥିଲେ । ସେଠାରେ ସେ ୪ ଦିନ ରହିବା ପରେ ଘରକୁ ଫେରିଥିଲେ। ଗତକାଲି ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଝିଅଠାରୁ ପ୍ରଦୀପ୍ତ ସଂକ୍ରମିତ ହୋଇଥାଇ ପାରନ୍ତି ।

ପିପିଲି ଆକ୍ରାନ୍ତ

ସେହିପରି ପିପିଲି ଆକ୍ରାନ୍ତ ବ୍ୟକ୍ତି BJB ନଗର ପୋଷ୍ଟ ଅଫିସରେ ଡାକ କର୍ମଚାରୀ ଅଛନ୍ତି । ସେ କିଛିଦିନ ତଳେ ଦିଲୀ ଯାଇଥିଲେ । ସେରଠାରୁ ସେ ସଂକ୍ରମିତ ହୋଇଥାଇ ପାରନ୍ତି । ଏସବୁ ଲିଙ୍କ ଦେଖିଲେ ଆମ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ନୁହେଁ, ରାଜ୍ୟ ବାହାରୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହେଉଛି । ତେଣୁ ଲୋକେ ଡରିବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.