Below header

ଜାଣନ୍ତୁ ବିଶ୍ୱର ୫ଟି ଅଦ୍ଭୁତ ଜେଲ ବିଷୟରେ, ଯେଉଁଠି କଏଦୀଙ୍କୁ ଦିଆଯାଏ ସ୍ପେଶାଲ ଟ୍ରିଟମେଣ୍ଟ

ଜେଲ ଏମିତି ଏକ ସ୍ଥାନ ଯେଉଁଠି ବିଭିନ୍ନ ଅପରାଧ ସହିତ ଜଡ଼ିତ କଏଦୀ ମାନଙ୍କୁ ରଖାଯାଇଥାଏ । ଚୋରୀ, ଡ଼କାୟତି, ହତ୍ୟା ପରି ଅପରାଧରେ ଜଡ଼ିତ ଥିବା ଅପରାଧି ମାନଙ୍କୁ ହିଁ ଏଠାରେ ବନ୍ଦୀ ଭାବରେ ରଖାଯାଇଥାଏ । କେତେକ ଜେଲ କଏଦୀ ମାନଙ୍କୁ ଅପେକ୍ଷା କୃତ ଭଲ ସୁବିଧା ଦେଉଥିବା ବେଳେ କେତେକ ବିଭିନ୍ନ ଅପରାଧୀଙ୍କ ସହ କୃର ବ୍ୟବହାର କରିଥାନ୍ତି ।  କିନ୍ତୁ ଦୁନିଆରେ ଏମିତି ବି କିଛି ଜେଲ ଅଛି ଯେଉଁଗୁଡିକ ଭିନ୍ନ କାରଣ ପାଇଁ ଜଣାଯାନ୍ତି । ଏଗୁଡ଼ିକ ଆମେ ଦେଖିଆସୁଥିବା ସାଧାରଣ ଜେଲ ପରି ନୁହେଁ । ତେବେ ଆସନ୍ତୁ ଦୁନିଆର ଏମିତି କିଛି ବିଶେଷ ଜେଲ ବିଷୟରେ ଜାଣିବା ।

jail image

୧. ଫିଲିପାଇନ୍ସର ଏହି ଜେଲ କୌଣସି ଡିସ୍କୋ ଠାରୁ କମ ନୁହେଁ । ଦେଶର ଏହି ଜେଲର ନାଁ ହେଉଛି ସେବୁ ଜେଲ । ଫିଲିପାଇନ୍ସର ଏହି ଜେଲରେ କଏଦୀ ମାନଙ୍କ ମନୋରଞ୍ଜନ ପାଇଁ ସଂଗୀତ, ନୃତ୍ୟ ଆଦିର ବ୍ୟବସ୍ଥା ବି କରାଯାଇଛି । ଜେଲ ପ୍ରଶାସନ ଅନୁଯାୟୀ ସଂଗୀତ ଓ ନୃତ୍ୟ ଉଭୟ ଏକ ଏକ ମାନସିକ ଔଷଧ ପରି କାମ କରନ୍ତି । ଏହା ସାହାଯ୍ୟରେ କଏଦୀ ସବୁ କିଛି ଭୁଲି ନିଜର ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରିଥାଏ ।

bolivia

୨. ଅଷ୍ଟ୍ରିଆ ସ୍ଥିତ ଏହି ଜେଲ କୌଣସି ଫାଇଭ ଷ୍ଟାର ହୋଟେଲ ଠାରୁ କମ ନୁହେଁ । ଦେଶର ଏହି ଶାନଦାର ଜେଲର ନାଁ ଜଷ୍ଟିସ ସେଣ୍ଟର ଲିଓବେନ ରଖାଯାଇଛି । ଜିମ ଠାରୁ ଆରମ୍ଭ କରି ସ୍ପୋର୍ଟସ ସେଣ୍ଟର ପର୍ଯ୍ୟନ୍ତ ସମସ୍ତ ସୁବିଧା ଏଠାରେ ରହିଛି । ଏହା ୨୦୦୪ ମସିହାରେ ନିର୍ମିତ ହୋଇଥିବା ବେଳେ ଏଠାକାର ଆଲିଶାନ ରୁମ ଗୁଡ଼ିକରେ କଏଦୀ ମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ଅଛି ।

୩. ବୋଲିଭିୟା ସ୍ଥିତ ଏହି ଜେଲର ନାଁ ହେଉଛି ‘ସେନ ପେଦ୍ରୋ ଜେଲ’ । ବିଶ୍ୱର ଅନ୍ୟ ଜେଲ ଗୁଡ଼ିକରେ କଏଦୀ ମାନଙ୍କୁ ଜୋର ଜବରଦସ୍ତ ରଖାଯାଉଥିବା ବେଳେ ଏଠିକିନ୍ତୁ କଏଦୀ ନିଜ ପାଇଁ ସେଲ କିଣନ୍ତି । ଏବେ ଏଠାରେ ପ୍ରାୟ ୧୫୦୦ କଏଦୀ ଅଛନ୍ତି ।

୪.ଏବେ ଆସନ୍ତୁ ଜାଣିବେ ଫ୍ରାନ୍ସ ଓ ଇଟାଲୀ ମଧ୍ୟରେ ଅବସ୍ଥିତ ଗୁରବନେସି ଠାରେ ଅବସ୍ଥିତ ଦୁନିଆର ସବୁଠୁ ଛୋଟ ଜେଲ ବିଷୟରେ ଢ ଏହି ଛୋଟ ଜେଲର ନାଆଁ ସାର୍କ ଜେଲ ରଖାଯାଇଥିବା ବେଳେ ବର୍ତ୍ତମାନ ସମୟରେ ଏଠି ମାତ୍ର ଦୁଇ ଜଣ କଏଦୀ ହିଁ ଅଛନ୍ତି । କୌଣସି ବିଷମ ପରିସ୍ଥିତି ହେଲେ ଏଠାକାର କଏଦୀ ମାନଙ୍କୁ ସ୍ଥାନାନ୍ତର କରାଯାଇଥାଏ ।

୫. ସ୍ପେନ ସ୍ଥିତ ଏହି ଜେଲର ନାଁ ‘ଅବଦୁଏଲ ଜେଲ’ ରଖାଯାଇଛି । ଏଠାରେ କଏଦୀ ମାନଙ୍କୁ ନିଜ ନିଜ ପରିବାର ସହ ରହିବାର ସୁବିଧା ରହିଛି । ଏଠାକାର କାନ୍ଥ ଗୁଡ଼ିକରେ ପିଲା ମାନଙ୍କ ପାଇଁ ସୁନ୍ଦର ସୁନ୍ଦର କାର୍ଟୁନ ଚିତ୍ର ଅଙ୍କା ଯିବା ସହ ସ୍କୁଲ ଓ ପ୍ଲେ ଗ୍ରାଉଣ୍ଡର ସୁବିଧା ମଧ୍ୟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.