Below header

ଆଜିଠୁ ପୁଣି ରାଜ୍ୟର ୧୧ଟି ଜିଲ୍ଲାରେ ୨ ଦିନିଆ ସଟ୍‌ଡାଉନ୍, ସମସ୍ତ ପ୍ରବେଶ ପଥରେ ଚାଲିଛି କଡାକଡି ଚେକିଂ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । କେବଳ ଜାରି ରହିବ ଜରୁରୀକାଳୀନ ସେବା । ଏନେଇ ସବୁ ଜିଲ୍ଲାର ପ୍ରବେଶ ପଥ ଓ ସହର ଭିତରେ କଡାକଡି କରାଯାଇଛି ଚେକିଂ ଜାରି ରହିଛି । ଚାରିଆଡେ ବ୍ୟାରିକେଡ୍‌ କରାଯିବା ସହିତ ଖାସ୍ କରି ରାଜଧାନୀ ଭୁବନେଶ୍ୱରକୁ ସିଲ୍‌ କରାଯାଇଛି । ତେବେ ସବୁଠାରୁ ବଡ କଥା ଲୋକମାନେ ନିୟମକୁ ମାନୁଥିବା ଦେଖିବାକୁ ମିଳିଛି ।

ତେବେ ଏହି ସମୟରେ ଘରୁ ବାହାରିବା ମନା ଥିବାବେଳେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । ଏହି ନିମୟ ସମୟରେ ମେଡିସିନ୍‌ ଷ୍ଟୋର ଓ ଫାର୍ମାସୀ ଷ୍ଟାଫ୍ ମାନେ ସେମାନଙ୍କର ଟ୍ରେଡ୍‌ ଲାଇସେନ୍ସ କିମ୍ବା ପୁରୁଣା ପୋଲିସ ପାସ୍‌ ଦେଖାଇ ଯାଇପାରିବେ । ଏହାସହ ଟେଲିକମ୍‌ କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ, ବିଦ୍ୟୁତ ବିଭାଗ କର୍ମଚାରୀ, ଆଇଟି କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି କମ୍ପାନୀ ପରିଚୟ ପତ୍ର ଦେଖାଇ ନିଜ କର୍ମକ୍ଷେତ୍ରକୁ ଯାଇପାରିବେ । ଓଲା, ଓବେର ଆଦି ଚଳାଚଳ ପାଇଁ ପୋଲିସ ପାସ୍‌ ଆବଶ୍ୟକ । ଏହି ସମୟରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ । ତେବେ ସଟ୍‌ଡାଉନ୍‌ ସମୟରେ ପରିଚୟ ପତ୍ର ଓ ଗାଡି ପାସ୍‌ ଦେଖାଇ ଲୋକମାନେ ଯାଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.