Below header

ଅନୁଗୁଳ: ଚିକିତ୍ସା ଅବହେଳାରୁ ରୋଗୀ ମୃତ, ଘଟଣାକୁ ନେଇ ସ୍ବାସ୍ଥ୍ଯକେନ୍ଦ୍ର ପରିସରରେ ଉତ୍ତେଜନା

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ବାସ୍ଥ୍ଯକେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେଇଛି। ସୂଚନା ମୁତାବକ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରପାଲି ଗ୍ରାମର ଦିଲ୍ଲୀପ କୁମାର ସାହୁଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା।

ଗତ ଗୁରୁବାର ରାତିରେ ଖଇରପାଲି ଗ୍ରାମର ଦିଲ୍ଲୀପ ସାହୁ ବେହୋସ ହୋଇ ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ଦିଲ୍ଲୀପଙ୍କ ସାନ ଭାଇ ଓ ସମ୍ପର୍କୀୟମାନେ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ଆଣିଥିଲେ। ସେଠାରେ ବର୍ହିବିଭାଗରେ କୌଣସି ଡାକ୍ତର ନଥିବାରୁ ଉପସ୍ଥିତ ଥିବା ନର୍ସ ଡାକ୍ତରଙ୍କୁ ତାଙ୍କ ସରକାରୀ ବାସ ଭବନରୁ ଡାକିବା ପାଇଁ କହିଥିଲେ। ଏହାପରେ ଦିଲ୍ଲୀପଙ୍କ ସମ୍ପର୍କୀୟମାନେ ସରକାରୀ ବାସ ଭବନରୁ ଡାକ୍ତରଙ୍କୁ ଡାକିବା ପରେ ମଧ୍ଯ କୌଣସି ଡାକ୍ତର ଆସିନଥିଲେ କି କୌଣସି ଚିକିତ୍ସା ମଧ୍ଯ କରାଯାଇନଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଖାନା ପରିସରରେ ସମ୍ପର୍କୀୟମାନେ ହୋ-ହଲ୍ଲା କରିଥିଲେ। ଏନେଇ ପରିବାର ପକ୍ଷରୁ ବିଳମ୍ବିତ ରାତିରେ ଡାକ୍ତରଙ୍କ ଅବହେଳା ଦର୍ଶାଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ମଧ୍ଯ କରିଥିଲେ।

ରିପୋର୍ଟ ଅନୁଯାୟୀ ଏନେଇ ଡାକ୍ତରଙ୍କ ବିରୋଧରେ ତଦନ୍ତ କରାଯିବା ସହ ନିରପେକ୍ଷ ଭାବେ ମୃତ ଦେହ ବ୍ଯବଚ୍ଛେଦ କରାଯିବା ସହ କ୍ଷତି ପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅପରପକ୍ଷେ ଛେଣ୍ଡିପଦା ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.