କୋରାପୁଟରେ ତିନି କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ଭିତରେ ନର୍ଲା CHCର ୨ ଜଣ ମହିଳା ଡାକ୍ତର ସାମିଲ୍

କୋରାପୁଟ: କୋରାପୁଟରେ ତିନି କରୋନା ପଜିଟିଭ୍ ଚିହ୍ନଟ। ଭବାନୀପାଟଣା ନର୍ଲା CHCର ୨ ଜଣ ମହିଳା ଡାକ୍ତରଙ୍କୁ କରୋନା। ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ସଂକ୍ରମିତ ବ୍ୟକ୍ତି ୭ ଦିନ TMC ଓ ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିଲେ।

କିନ୍ତୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥାଇ ମଧ୍ଯ ସେ ପ୍ରୋଟୋକଲ ଭାଙ୍ଗି CHC ଯାଇଥିଲେ। ଯାହାଫଳରେ ନର୍ଲା CHCକୁ ବର୍ତ୍ତମାନ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଅନ୍ଯପଟେ ୩ୟ ଆକ୍ରାନ୍ତ ତେଲେଙ୍ଗାନା ଫେରନ୍ତା ଜଣେ ପ୍ରବାସୀ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.