ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଘର ପାଇଁ ଜିନିଷ କିଣି ପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

brushaବୃଷ : ମନ ପ୍ରସନ୍ନ ରହିବ। ବିଦେଶ ଯିବାକୁ ଯୋଜନା କରିପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ। ଅଧିକ ପରିଶ୍ରମ କରିବେ।

mithunaମିଥୁନ : ଜଗିରଖି କାର୍ଯ୍ୟ କରନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

karkataକର୍କଟ : ବିପରୀତ ଲିଙ୍ଗର ଲୋକଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଘରେ ହସ ଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

singhaସି˚ହ : ଶୁଭ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଭାଗ୍ୟ ବୃଦ୍ଧି ହୋଇପାରେ।

kanyaକନ୍ୟା : ଚିନ୍ତିତ ରହିବେ। ମନ ବିଚଳିତ ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଖର୍ଚ୍ଚ ବଢ଼ିବ।

tulaaତୁଳା : ଅଳସୁଆ ଅନୁଭବ କରିବେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

bichhaବିଛା : କାର୍ଯ୍ୟରେ ସଫଳତା ମିଳିବ। ଶରୀର ଫୂର୍ତ୍ତି ରହିବ। ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢ଼ିବ।

dhanuଧନୁ : ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କୌଣସି କଥାକୁ ନେଇ ମନରେ ଦ୍ୱଦ୍ୱ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

makaraମକର : ପୂଜା-ପାଠରେ ବ୍ୟସ୍ତ ରହିବେ। ମାନ-ସମ୍ମାନ ମିଳିବ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ।

kumbhaକୁମ୍ଭ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପୂଜାପାଠରେ ଅଧିକ ଖର୍ଚ୍ଚ କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

minaମୀନ : କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ଠାରୁ ଶୁଭ ଖବର ଶୁଣି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.