Below header

ଆମେରିକାରେ ମହାମାରୀର ମହାରୂପ, ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ମହାମାରୀର ନୂଆ ରୂପ। ପୁଣି ରୂପ ବଦଳାଇଛି ବହୁରୂପି କରୋନା । ଓମିକ୍ରନ୍ ଆତଙ୍କ ଭିତରେ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ-IHU । ସେପଟେ ଆମେରିକାରେ ସୁନାମୀ ଆଣିଛି ଓମିକ୍ରନ୍ । ମହାମାରୀର ସର୍ବକାନୀନ ରେକର୍ଡ । ସୋମବାର ୧୦ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଯାହା ପୂର୍ବ ରେକର୍ଡର ପ୍ରାୟ ୨ ଗୁଣା । ୪ ଦିନ ପୂର୍ବରୁ ଆମେରିକାରେ ସର୍ବାଧିକ ୫ ଲକ୍ଷ ୯୦ ହଜାର ମାମଲା ଆସିଥିଲା । ଓମିକ୍ରନ୍ ଗୁରୁତର କରୁ ନଥିଲେ ବି ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୟଙ୍କର ଭାବେ ପ୍ରଭାବିତ ହୋଇଛି ।

ଫ୍ରାନ୍ସରେ ଚିହ୍ନଟ ହୋଇଛି କରୋନାର ଏହି ନୂଆ ଭାରିଆଣ୍ଟ B.1.640.2 ବା IHU । ୧୨ଟି ମାମଲା ସାମ୍ନାକୁ ଆସିଛି। ଆଫ୍ରିକାର କ୍ୟାମେରୁନ୍ରୁ ଫେରିଥିବା ଲୋକ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ନୂଆ ଭାରିଆଣ୍ଟରେ ୪୬ଟି ମ୍ୟୁଟେସନ୍ ରହିଛି । ଓମିକ୍ରନ୍ ଠାରୁ ମଧ୍ୟ ଅଧିକ ।

ଏତେ ମ୍ୟୁଟେସନ୍ ଥିବାରୁ ଓମିକ୍ରନ୍ ଠାରୁ ଅଧିକ ସଂକ୍ରାମକ ହୋଇପାରେ ବୋଲି ଆଶଂକା କରାଯାଉଛି । ଟିକାକୁ ବି ମାତ୍ ଦେଇପାରେ । ତେଣୁ IHUକୁ ନେଇ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଛି । ତେବେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶରେ IHU ଚିହ୍ନଟ ହୋଇ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଆଣ୍ଟକୁ ଏପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.