୬ ସପ୍ତାହ ମଧ୍ୟରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ) : ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ (ବାର କାଉନସିଲ) ନିର୍ବାଚନ ୬ ସପ୍ତାହ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୧୮ରୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଅବଧି ଶେଷ ହୋଇ ସାରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଏକ କମିଟି ଏବେ ପରିଚାଳନା ଦାୟିତ୍ୱରେ ରହିଛି ।

ତେବେ ନିର୍ବାଚନ କରାଇବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଦାୟର କରିଥିଲେ ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି ।

ମାମଲାର ଶୁଣାଣି କରି ୬ ସପ୍ତାହ ମଧ୍ୟରେ ଏହି ନିର୍ବାଚନ ସାରିବାକୁ କହିଛନ୍ତି କୋର୍ଟ । ପୂର୍ବରୁ ଥିବା ଭୋଟର ତାଲିକା ଅନୁଯାୟୀ ଏହି ନିର୍ବାଚନ କରାଇବାକୁ ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.