Below header

ରାଧାଷ୍ଟମୀ କରିବାର ମହତ୍ତ୍ୱ ଜାଣିଛନ୍ତି କି ? ପାଳନ କଲେ ଆସିଥାଏ ସୁଖ ସମୃଦ୍ଧି

ଯେବେ ଯେବେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ ସେତେବେଳେ ଶ୍ରୀରାଧାଙ୍କ ନାମ ମଧ୍ୟ ଆପେ ଆପେ ନିଆଯାଇଥାଏ । ଏହି ନାମ ଦ୍ୱୟ ସବୁଦିନ ପାଇଁ ଯୋଡି ରହିଥାଏ । ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଶ୍ରୀକୃଷ୍ଣ କହିଛନ୍ତି ।

ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଯେବେ ଯେବେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ ସେତେବେଳେ ଶ୍ରୀରାଧାଙ୍କ ନାମ ମଧ୍ୟ ଆପେ ଆପେ ନିଆଯାଇଥାଏ । ଏହି ନାମ ଦ୍ୱୟ ସବୁଦିନ ପାଇଁ ଯୋଡି ରହିଥାଏ । ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଶ୍ରୀକୃଷ୍ଣ କହିଛନ୍ତି । ତେଣୁ ଶ୍ରଦ୍ଧାଳୁଙ୍କ ନିକଟରେ ଶ୍ରୀରାଧାଙ୍କ ମହତ୍ତ୍ୱକୁ ଗୁରୁତ୍ୱ ଦେବାକୁ ନିଜେ ଶ୍ରୀକୃଷ୍ଣ ଏପରି କହିଛନ୍ତି । ଭାଦ୍ରବ ଅଷ୍ଟମୀ ତିଥିରେ ଶ୍ରୀରାଧାଷ୍ଟମୀ ପାଳନ କରାଯାଏ । । ଆସନ୍ତୁ ଜାଣିବା ରାଧାଷ୍ଟମୀ କରିବାର ମହତ୍ତ୍ୱ ଓ ପାଳନ କରିବାର ଶୁଭ ମୁହୂର୍ତ୍ତ ।

ହିନ୍ଦୁ ଧର୍ମରେ ଭାଦ୍ରବ ଶୁକ୍ଲ ପକ୍ଷର ଅଷ୍ଟମୀ ତିଥିକୁ ରାଧା ଅଷ୍ଟମୀ ଭାବେ ପାଳନ କରାଯାଇଥାଏ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ। ମାନ୍ୟତା ଅନୁଯାୟୀ, ଏହିଦିଗ ଭଗବାନ ଶ୍ରୀକୃଷ୍ଣଙ୍କ ପାଟରାଣୀ ରାଧାଙ୍କର ବିଧିବିଧାନରେ ପୂଜା କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଖୁସି ଆସିଥାଏ। ମହିଳାମାନେ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାନ୍ତି। ଏହି ଦିନ ଉପବାସ କରିଥିବା ବ୍ୟକ୍ତି ରାଧାଙ୍କୁ ଧୂପ-ଦୀପ, ଫୁଲ, ଚନ୍ଦନ, ଅକ୍ଷତ, କୁଙ୍କୁମ ଆଦି ଅର୍ପଣ କରିଥାନ୍ତି। ମଧ୍ୟାହ୍ନ ସମୟରେ ଲୋକମାନେ ରାଧାରାଣୀଙ୍କୁ ପୂଜା କରିଥାନ୍ତି । ପାରମ୍ପରିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଭଗବାନ ବିଷ୍ଣୁ କୃଷ୍ଣଙ୍କ ଅବତାର ଧାରଣ କରିଥିଲେ ସେହି ସମୟରେ ମା ଲକ୍ଷ୍ମୀ ରାଧାରାଣୀ ରୂପରେ ପ୍ରକଟ ହୋଇଥିଲେ। ଏହି ଦିନକୁ ହିଁ ରାଧା ଜୟନ୍ତୀ ବା ରାଧାଷ୍ଟମୀ ରୂପେ ପାଳନ କରାଯାଏ। ରାଧା ଭଗବାନ କୃଷ୍ଣଙ୍କର ପତ୍ନୀ।

ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀର ମହତ୍ତ୍ୱ ରହିଛି । କୁହାଯାଏ ରାଧାଷ୍ଟମୀ ବ୍ରତ କଲେ ସବୁ ପାପ ନାଶ ହୋଇଥାଏ । ବିବାହିତ ମହିଳା ରାଧାଷ୍ଟମୀ ବ୍ରତ ଅଖଣ୍ଡ ସୌଭାଗ୍ୟବତୀ, ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ରଖିଥାନ୍ତି । କେବଳ ଏତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ରାଧାଶ୍ରୀଙ୍କୁ ପ୍ରସନ୍ନ କରି ଦିଅନ୍ତି, କୃଷ୍ଣ ଆପେ ଆପେ ପ୍ରସନ୍ନ ହୋଇ ଯାଆନ୍ତି । ତେଣୁ କୁହାଯାଏ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶ୍ରୀରାଧାଙ୍କୁ ପ୍ରସନ୍ନ କରିବାକୁ ପଡ଼ିଥାଏ । ଶ୍ରୀରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି ଓ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.