Below header

ଏସିଆ କପ୍‌ ୨୦୨୩: କ୍ରିକେଟ୍‌ର ପ୍ରଚ୍ଛଦପଟ ନାୟକଙ୍କୁ ସଲାମ୍‌! ଗ୍ରାଉଣ୍ଡ୍‌ ଷ୍ଟାଫ୍‌ଙ୍କୁ ମିଳିଲା ୪୨ ଲକ୍ଷ ପୁରସ୍କାର ରାଶି

ଶ୍ରୀଲଙ୍କାର ଗ୍ରାଉଣ୍ଡ୍‌ ଷ୍ଟାଫ୍‌ମାନଙ୍କୁ ୫୦,୦୦୦ ଆମେରିକୀୟ ଡଲାର୍‌ର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଭାରତୀୟ ମୁଦ୍ରା ହିସାବରେ ଏହାର ମୂଲ୍ୟ ହେଉଛି, ୪୧.୫୪ ଲକ୍ଷ ଟଙ୍କା। ଜୟ ଶାହ ଗ୍ରାଉଣ୍ଡ୍‌ ଷ୍ଟାଫ୍‌ମାନଙ୍କ ପରିଶ୍ରମ ପାଇଁ ଏହି ପୁରସ୍କାର ରାଶି ଦେଇଛନ୍ତି।

ଏସିଆ କପ୍‌ ଫାଇନାଲ୍‌ରେ ଭାରତୀୟ ବୋଲର୍‌ମାନେ ଶ୍ରୀଲଙ୍କା ଟିମ୍‌କୁ ଧରାଶାୟୀ କରି ଦେଇଥିଲେ। ମହମ୍ମଦ ସିରାଜ୍‌ଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନ ଥିଲା ଶ୍ରୀଲଙ୍କା ଏବଂ ପୂରା ଟିମ୍‌ ମାତ୍ର ୫୦ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା।

କିନ୍ତୁ ଏହାରି ଭିତରେ ବିସିସିଆଇ ସଚିବ ତଥା ଏସିଆନ କ୍ରିକେଟ୍‌ କାଉନ୍‌ସିଲର ଅଧ୍ୟକ୍ଷ ଜୟ ଶାହ କଲମ୍ବୋର ଆର୍‌ ପ୍ରେମ୍‌ଦାସା ଷ୍ଟାଡିୟମ୍‌ର ଗ୍ରାଉଣ୍ଡ୍‌ ଷ୍ଟାଫ୍‌ଙ୍କୁ ୫୦,୦୦୦ ଆମେରିକୀୟ ଡଲାର୍‌ ଦେବାକୁ ଘୋଷଣା କରିଥିଲେ।

ସମସ୍ତ ମ୍ୟାଚ୍‌କୁ ସଫଳ ଭାବେ ସମାପନ କରିବାରେ ସେମାନଙ୍କ ପ୍ରୟାସ ପାଇଁ ଗ୍ରାଉଣ୍ଡ୍‌ ଷ୍ଟାଫ୍‌ଙ୍କୁ ପୁରସ୍କୃତ କରାଯାଇଛି। ଶ୍ରୀଲଙ୍କାର ଗ୍ରାଉଣ୍ଡ୍‌ ଷ୍ଟାଫ୍‌ମାନଙ୍କୁ ୫୦,୦୦୦ ଆମେରିକୀୟ ଡଲାର୍‌ର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଭାରତୀୟ ମୁଦ୍ରା ହିସାବରେ ଏହାର ମୂଲ୍ୟ ହେଉଛି, ୪୧.୫୪ ଲକ୍ଷ ଟଙ୍କା। ଜୟ ଶାହ ଗ୍ରାଉଣ୍ଡ୍‌ ଷ୍ଟାଫ୍‌ମାନଙ୍କ ପରିଶ୍ରମ ପାଇଁ ଏହି ପୁରସ୍କାର ରାଶି ଦେଇଛନ୍ତି।

ପ୍ରକୃତରେ, ଏସିଆ କପ୍‌ ସମୟରେ କଲମ୍ବୋରେ ବର୍ଷା ଦେଖିବାକୁ ମିଳିଥିଲା ଏବଂ ପଡ଼ିଆକୁ ପ୍ରସ୍ତୁତ କରିବା ପାଇଁ ଗ୍ରାଉଣ୍ଡ ଷ୍ଟାଫ୍‌ମାନେ ପ୍ରଶଂସନୀୟ ଭୂମିକା ତୁଲାଇଥିଲେ। ଫାଇନାଲ୍‌ ମ୍ୟାଚ୍‌ରେ ମଧ୍ୟ ଟସ୍‌ ପରେ ବର୍ଷା ହୋଇଥିଲା। କିନ୍ତୁ ଗ୍ରାଉଣ୍ଡ୍‌ ଷ୍ଟାଫ୍‌ମାନଙ୍କ ସହାୟତାରେ ପଡ଼ିଆକୁ ଜଲ୍‌ଦି ପ୍ରସ୍ତୁତ କରି ନିଆଯାଇଥିଲା। ଅବଶ୍ୟ, ୪୦ ମିନିଟ୍‌ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା।

ଏ ସମ୍ପର୍କରେ ଜୟ ଶାହ ଟ୍ଵିଟ୍‌ କରି କହିଥିଲେ ଯେ ‘କ୍ରିକେଟ୍‌ର ପ୍ରଚ୍ଛଦପଟ ନାୟକମାନଙ୍କୁ ସଲାମ୍‌। ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ (ଏସିସି) ଏବଂ ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌ସି)କୁ କଲମ୍ବୋ ଓ କ୍ୟାଣ୍ଡିରେ ସମର୍ପିତ କ୍ୟୁରେଟର ଓ ଗ୍ରାଉଣ୍ଡ୍‌ ମ୍ୟାନ୍‌ଙ୍କ ପାଇଁ ୫୦,୦୦୦ ଆମେରିକୀୟ ଡଲାରର ପୁରସ୍କାର ରାଶି ଘୋଷଣା କରି ବହୁତ ଗର୍ବ ଅନୁଭବ ହେଉଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.