ରାଜ ପଞ୍ଚକରେ ଏହି କାମ କଲେ ହେବ ଭୟଙ୍କର କ୍ଷତି, ଜାଣନ୍ତୁ କଣ କଲେ ମିଳିବ ଶୁଭ ଫଳ

ଚଳିତ ବର୍ଷର ରାଜପଞ୍ଚକ ୨୦ ନଭେମ୍ବର ଅର୍ଥାତ ଆଜି ଠାରୁ ଆରମ୍ଭ ହେଉଛି । ପଞ୍ଚକ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିବ ଏବଂ ଏହି ସମୟରେ କିଛି କାମକୁ ନିଷେଧ କରାଯାଇଛି । କିନ୍ତୁ ଏହି ରାଜ ପଞ୍ଚକ କିଛି କାମ ପାଇଁ ଶୁଭ ରହିଛି ।

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ ଓ ମଙ୍ଗଳ କାର୍ଯ୍ୟ କରିବା ପୂର୍ବରୁ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରାଯାଏ । ସେହିଭଳି ଏପରି କିଛି ସମୟ ରହିଛି ଯେଉଁ ସମୟରେ ଶୁଭ କାର୍ଯ୍ୟ କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ । ପଞ୍ଚକ କାଳ ମଧ୍ୟ ଏପରି ଏକ ସମୟ ଯେଉଁଥିରେ ଶୁଭ ଏବଂ ମଙ୍ଗଳ କାର୍ଯ୍ୟ କରାଯାଏ ନାହିଁ । ତେବେ ଚଳିତ ବର୍ଷର ରାଜପଞ୍ଚକ ୨୦ ନଭେମ୍ବର ଅର୍ଥାତ ଆଜି ଠାରୁ ଆରମ୍ଭ ହେଉଛି । ପଞ୍ଚକ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିବ ଏବଂ ଏହି ସମୟରେ କିଛି କାମକୁ ନିଷେଧ କରାଯାଇଛି । କିନ୍ତୁ ଏହି ରାଜ ପଞ୍ଚକ କିଛି କାମ ପାଇଁ ଶୁଭ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କାମ କଲେ ସେଥିରୁ ଶୁଭ ଫଳ ମିଳିବ ।

ପଞ୍ଚକ ଅନେକ ପ୍ରକାରର ଥାଏ । ଯେପରିକି ଚୋର ପଞ୍ଚକ, ଅଗ୍ନି ପଞ୍ଚକ,ମୃତ୍ୟୁ ପଞ୍ଚକ ଏବଂ ରାଜ ପଞ୍ଚକ । ପଞ୍ଚକ ସପ୍ତାହର କେଉଁ ଦିନରୁ ଆରମ୍ଭ ହେଉଛି ତାହା ଉପରେ ନିର୍ଭର କରି ପଞ୍ଚକର ନାମ ସ୍ଥିର ହୋଇଥାଏ । ତେବେ ସୋମବାରରୁ ଆରମ୍ଭ ହେଉଥିବା ପଞ୍ଚକକୁ ରାଜ ପଞ୍ଚକ କୁହାଯାଏ । ଯେହେତୁ ଚଳିତ ବର୍ଷର ନଭେମ୍ବର ମାସର ପଞ୍ଚକ ସୋମବାର ଠାରୁ ଆରମ୍ଭ ହୋଇଛି, ତେଣୁ ଏହାକୁ ରାଜ ପଞ୍ଚକ କୁହାଯାଇଛି । ସରକାରୀ କାର୍ଯ୍ୟ ପାଇଁ ରାଜ ପଞ୍ଚକ ଶୁଭ ବୋଲି କୁହଯାଏ । ବିଶ୍ୱାସ କରାଯାଏ ଯେ ରାଜ ପଞ୍ଚକ ସମୟରେ ସରକାରୀ କାର୍ଯ୍ୟ ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରିବା ନିଶ୍ଚିତ ଭାବରେ ସଫଳତା ଆଣିଥାଏ । ନଭେମ୍ବର ୨୦୨୩ରେ ରାଜ ପଞ୍ଚକ ୨୦ ନଭେମ୍ବର ସକାଳ ୧୦.୦୭ ମିନିଟରେ ଆରମ୍ଭ ହୋଇଛି ଏବଂ ଏହା ୨୪ ନଭେମ୍ବର ଶୁକ୍ରବାର ଦିନ ୪.୦୧ ରେ ଶେଷ ହେବ ।

ପଞ୍ଚକରେ ଏହି କାମ କରନ୍ତୁ ନାହିଁ :
ଚନ୍ଦ୍ର ଏବଂ ନକ୍ଷତ୍ରଗୁଡିକର ସ୍ଥିତି କାରଣରୁ ପଞ୍ଚକ ପ୍ରତି ମାସରେ ହୋଇଥାଏ । ଏହି ୫ ଦିନର ଅବଧିକୁ ପଞ୍ଚକ କାଳ କୁହାଯାଏ ଏବଂ ଏହି ସମୟ ମଧ୍ୟରେ କିଛି ସ୍ୱତନ୍ତ୍ର କାମ କରିବା ନିଷେଧ ଥାଏ । ତେବେ ଆସନ୍ତୁ ଜାଣିବା ପଞ୍ଚକ ସମୟରେ କେଉଁ କାର୍ଯ୍ୟ କରିବା ଉଚିତ୍ ନୁହେଁ ।

– ପଞ୍ଚକ ସମୟରେ ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ । ଦକ୍ଷିଣ ଦିଗ ହେଉଛି ଯମର ଦିଗ । ପଞ୍ଚକ କାଳରେ ଯମ ଦିଗରେ ଯାତ୍ରା କରିବା ଯନ୍ତ୍ରଣାଦାୟକ ହୋଇପାରେ ।
– ପଞ୍ଚକ କାଳ ସମୟରେ ନୂଆ ଘର ନିର୍ମାଣ କରିବା କିମ୍ବା ଛାତ ପକାଇବା ଅନୁଚିତ । ନଚେତ୍ ଏପରି ଘରେ ରହିବା କ୍ଷତି ଏବଂ ଅଶାନ୍ତିର କାରଣ ହୋଇଥାଏ ।
– ପଞ୍ଚକ କାଳରେ ମୃତ୍ୟୁ ହେବା ମଧ୍ୟ ଅଶୁଭ ବୋଲି କୁହାଯାଏ । ତେଣୁ ମୃତ ଶରୀରର ଅନ୍ତିମ ସଂସ୍କାର ବିଶେଷ ଉପାୟରେ କରାଯାଇଥାଏ ।
– ପଞ୍ଚକ ସମୟରେ କାଠ ଏବଂ କୌଣସି ପ୍ରକାରର ଇନ୍ଧନ କିଣିବା ଉଚିତ୍ ନୁହେଁ ।
– ପଞ୍ଚକ ସମୟରେ ଶଯ୍ୟା କିଣିବା ଏବଂ ତିଆରି କରିବା ମଧ୍ୟ ଅଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.