Below header

ଜଗତସିଂହପୁର ଜିଲ୍ଲାରେ ମା’ ବରୁଣେଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା 

ଜଗତସିଂହପୁର ଜିଲ୍ଲା  ସଦର ବ୍ଲକ ପଳାଶୋଳ ପଞ୍ଚାୟତ ଗୋପଲ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଅଧିଷ୍ଠାତ୍ରୀ ଦେବୀ ମା ବରୁଣେଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଜଗତସିଂହପୁର(କେନ୍ୟୁଜ): ଜଗତସିଂହପୁର ଜିଲ୍ଲା  ସଦର ବ୍ଲକ ପଳାଶୋଳ ପଞ୍ଚାୟତ ଗୋପଲ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଅଧିଷ୍ଠାତ୍ରୀ ଦେବୀ ମା ବରୁଣେଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହାସହିତ ଗାୟତ୍ରୀ ଓ ଗୀତାଜ୍ଞାନ ଯଜ୍ଞ ,ବିଗ୍ରହ ପ୍ରତିଷ୍ଠା ଓ ପ୍ରବେଶ ,ପୂର୍ଣ୍ଣାହୁତି ଆଦି କାର୍ଯ୍ୟକ୍ରମ ମଧ୍ୟ ସମ୍ପନ୍ନ ହୋଇଛି  । ପ୍ରଥମ ଦିବସରେ ଗୋପଲ ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ପଳାଶୋଳ ଚନ୍ଦନ ପୁଷ୍କରିଣୀ ନିକଟରେ ପୂଜା ଅର୍ଚ୍ଚନା  କରାଯିବା ପରେ ମା ବରୁଣେଇଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ତେବେ ମା ବରୁଣେଇଙ୍କ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ତିନି ଦିନ ଧରି ଗାୟତ୍ରୀ ଓ ଗୀତାଜ୍ଞାନ ଯଜ୍ଞ ଅନୁଷ୍ଠିତ ହେବା ସହିତ ମା ବରୁଣେଇଙ୍କୁ ନୂତନ ମନ୍ଦିରରେ ପ୍ରବେଶ କରାଯିବା ସମୟରେ ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମା’ଙ୍କ ମନ୍ଦିରରେ ପ୍ରବେଶ ପରେ ନାମ ସଂଙ୍କୀର୍ତନ ,ପୂର୍ଣ୍ଣାହୁତି କରାଯାଇଥିଲା । ଏହି ଉତ୍ସବରେ ଆଖପାଖ ଗ୍ରାମର ଶତାଧିକ ଭକ୍ତ ମାନେ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.