ସ୍ୱପ୍ନରେ ଦୁର୍ଗା ମା’ଙ୍କୁ ଦେଖିଲେ ମିଳେ ଏହି ସଂକେତ, ଧନ୍ୟଧାନ୍ୟରେ ଭରିଯିବ ଆପଣଙ୍କ ଭାଗ୍ୟ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ସ୍ୱପ୍ନରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହେବାକୁ ଯାଉଛି ।

ଶୋଇବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା, ସମସ୍ତେ ଶୋଇବା ସମୟରେ ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଦେଖାଯାଉଥିବା ପ୍ରତ୍ୟେକ ଜିନିଷର ଭିନ୍ନ ଭିନ୍ନ ସଙ୍କେତ ଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯଦି ଆପଣ ନିଜ ସ୍ୱପ୍ନରେ ମା’ ଦୁର୍ଗା କିମ୍ବା ତାଙ୍କର କୌଣସି ଭିନ୍ନ ରୂପ ଦେଖୁଛନ୍ତି ତେବେ ଏହା କେଉଁ ସଂକେତକୁ ସୂଚାଇଥାଏ ।

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ସ୍ୱପ୍ନରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହେବାକୁ ଯାଉଛି । ଯଦି ଆପଣ କୌଣସି ବିଷୟକୁ ନେଇ ମାନସିକ ସ୍ତରରେ ଚିନ୍ତିତ ଅଛନ୍ତି ତେବେ ସେହି ସମସ୍ୟା ଶେଷ ହୋଇଯିବ । ଏହା ବ୍ୟତୀତ ବ୍ୟବସାୟୀମାନଙ୍କର ଲାଭ ହେବ ।

ସ୍ୱପ୍ନରେ ମା ଦୁର୍ଗାଙ୍କ ମନ୍ଦିର ଦେଖିବା ଏକ ଶୁଭ ସଙ୍କେତ ହୋଇଥାଏ । ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି । ଏହା ବ୍ୟତୀତ ଯଦି ଆପଣ ଦୀର୍ଘ ସମୟ ଧରି କିଛି କଥାକୁ ନେଇ ଚିନ୍ତିତ ଥିବେ ତେବେ ଏହା ଖୁବଶୀଘ୍ର ଶେଷ ହୋଇଯିବ ।
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ କାଳୀ ମା’ଙ୍କୁ ଦେଖିବାର ଅର୍ଥ ହେଉଛି ଆପଣ କିଛି ଜିନିଷକୁ ନେଇ ଭୟ କରୁଛନ୍ତି ଏବଂ ଆପଣ କିଛି ଜିନିଷ ପାଇଁ ବହୁତ ଚିନ୍ତିତ ଅଛନ୍ତି । ଆପଣ ନିଜ ଜୀବନର ଅନେକ ସମସ୍ୟାରେ ଫସି ରହିଛନ୍ତି । କାଳୀ ମା’ଙ୍କୁ ସ୍ୱପ୍ନରେ ଦେଖିବା ଶୁଭ କିମ୍ବା ଅଶୁଭ ହୋଇନଥାଏ ।

ଯଦି ଆପଣ ନିଜ ସ୍ୱପ୍ନରେ ଲାଲ ବସ୍ତ୍ରରେ ମା ଦୁର୍ଗାଙ୍କୁ ଦେଖୁଛନ୍ତି, ତେବେ ଏହା ଶୁଭ ବୋଲି କୁହାଯାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି ସ୍ୱପ୍ନ ଦେଖିଲେ ଆପଣଙ୍କର ଯେକୌଣସି ଇଚ୍ଛା ପୂରଣ ହୋଇପାରିବ । ଏହା ବ୍ୟତୀତ ଯେଉଁମାନେ ଅବିବାହିତ ଥିବେ ସେମାନଙ୍କୁ ଜୀବନ ସାଥୀ ମିଳିବ ।

ଯଦି ଆପଣ ସ୍ୱପ୍ନରେ ମା ଦୁର୍ଗାଙ୍କୁ ସିଂହ ଉପରେ ବସିଥିବାର ଦେଖବେ, ତେବେ ଏହା ଶୁଭ ହୋଇଥାଏ । ସ୍ୱପ୍ନଶାସ୍ତ୍ର ଅନୁଯାୟୀ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଆପଣଙ୍କର ଆର୍ଥିକ ଲାଭ ମଧ୍ୟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.