ମଦ ଦୁର୍ନୀତି: କେ. କବିତାଙ୍କୁ ପୁଣି ବଡ଼ ଝଟ୍‌କା, ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କବିତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତା ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ପୁଣି ବଡ଼ ଝଟ୍‌କା । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କବିତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

କବିତା ନିଜ ୧୬ ବର୍ଷ ପୁଅର ଚାଲିଥିବା ପରୀକ୍ଷାକୁ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏପ୍ରିଲ ୪ରେ କବିତା ଏବଂ ଇଡି ତରଫରୁ ହାଜର ଓକିଲଙ୍କ ଯୁକ୍ତି ଶୁଣିବା ପରେ ନିଜର ଆଦେଶ ସଂରକ୍ଷିତ ରଖିଥିଲେ । ଆଜି କୋର୍ଟ ନିଜର ରାୟ ଘୋଷଣା କରିଛନ୍ତି ।

ଶୁଣାଣି ସମୟରେ କେ. କବିତାଙ୍କ ତରଫରୁ ହାଜର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି PMLAର ଧାରା ୪୫ ଏବଂ ଏକ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଥିଲେ, ଯାହା ମହିଳାମାନଙ୍କୁ ବ୍ୟତିକ୍ରମ ପ୍ରଦାନ କରିଥାଏ । ସିଂଭି ତାଙ୍କ ଯୁକ୍ତିରେ କହିଥିଲେ ଯେ ‘ଏମିତି ନୁହେଁ କି ପିଲା କୋଳରେ ଅଛି କିମ୍ବା ଛୋଟ ଅଛି, ସେ ୧୬ ବର୍ଷ ବୟସର । କିନ୍ତୁ ଏଠାରେ ପ୍ରସଙ୍ଗ ଅଲଗା । ଏହା ଜଣେ ମା’ର ନିଜ ସନ୍ତାନ ପାଇଁ ନୈତିକ ଏବଂ ଭାବନାତ୍ମକ ସମର୍ଥନର ପ୍ରସଙ୍ଗ । ତାଙ୍କୁ (କେ. କବିତାଙ୍କ ଗିରଫଦାରୀରୁ ତାଙ୍କ ପୁଅକୁ ଲାଗିଥିବା ଆଘାତ) ପୂର୍ବରୁ ହିଁ ଆଘାତ ଲାଗିସାରିଛି’ ।

ସିଂଭି କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ ନିଜେ ରେଡ଼ିଓରେ ପରୀକ୍ଷା ଚିନ୍ତାରୁ ମୁକୁଳିବା ବିଷୟରେ ଆଲୋଚନା କରନ୍ତି, କାରଣ ପରୀକ୍ଷା ସମୟରେ ପିଲାମାନଙ୍କ ଉପରେ ଚାପ ରହିଥାଏ । ଏହା ଇଙ୍ଗିତ କରୁଛି ଯେ ଜଣେ ପିଲା ପ୍ରତି ତା’ ମା’ର ଭାବନାତ୍ମକ ସମର୍ଥନକୁ ଅନ୍ୟ କେହି ପ୍ରତିସ୍ଥାପିତ କରିପାରିବେ ନାହିଁ’ । ସିଂଭି ଯୁକ୍ତି ଦେଇଥିଲେ କି, କେ. କବିତାଙ୍କୁ କୌଣସି ବି ତତ୍କାଳ ପଚରାଉଚରା କରିବାର ଇଡିକୁ ଆବଶ୍ୟକତା ନାହିଁ । ଏହି ଆଧାରରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.