Below header

ବୃନ୍ଦାବନରେ ରହିଛି ଏକ ସ୍ୱତନ୍ତ୍ର ମନ୍ଦିର, ବର୍ଷକୁ ମାତ୍ର ଦୁଇ ଥର ଖୋଲେ ଏହି ମନ୍ଦିରର ଦ୍ୱାର

ବିଶ୍ୱାସ କରାଯାଏ ଯେ ବୃନ୍ଦାବନରେ ଥିବା ଏହି ଚମତ୍କାର ମନ୍ଦିର ବହୁତ ସ୍ୱତନ୍ତ୍ର । ଏଠାରେ ଏକ ବସନ୍ତୀ କୋଠରୀ ରହିଛି, ଯାହା ବର୍ଷକୁ ମାତ୍ର ଦୁଇଥର ଖୋଲିଥାଏ । ବିଶେଷକରି ବସନ୍ତ ପଞ୍ଚମୀ ଦିନ ବହୁ ସଂଖ୍ୟାରେ ଲୋକମାନେ ଏଠାକୁ ଆସନ୍ତି ।

ଭାରତରେ ଏପରି ଅନେକ ରହସ୍ୟ ରହିଛି ଯାହା ବିଷୟରେ ଆଜି ପର୍ଯ୍ୟନ୍ତ ଅନେକ ଲୋକ ଜାଣି ନାହାନ୍ତି । ଭାରତରେ ଏପରି ଅନେକ ମନ୍ଦିର ଅଛି, ଯାହା ନିଜର ଚମତ୍କାର ଏବଂ ଅଲୌକିକ ବିଶ୍ୱାସ ପାଇଁ ବହୁତ ପ୍ରସିଦ୍ଧ । ଏହି ମନ୍ଦିର ମଧ୍ୟରୁ ଗୋଟିଏ ମନ୍ଦିର ବୃନ୍ଦାବନରେ ଅଛି । ବୃନ୍ଦାବନରେ ଅବସ୍ଥିତ ଶାହା ଜୀ’ଙ୍କ ମନ୍ଦିରର ଅନେକ ବିଶ୍ୱାସ ରହିଛି । ଭଗବାନ କୃଷ୍ଣଙ୍କ ଦର୍ଶନ ପାଇବା ପାଇଁ ଏଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥାନ୍ତି ।

ବିଶ୍ୱାସ କରାଯାଏ ଯେ ବୃନ୍ଦାବନରେ ଥିବା ଏହି ଚମତ୍କାର ମନ୍ଦିର ବହୁତ ସ୍ୱତନ୍ତ୍ର । ଏଠାରେ ଏକ ବସନ୍ତୀ କୋଠରୀ ରହିଛି, ଯାହା ବର୍ଷକୁ ମାତ୍ର ଦୁଇଥର ଖୋଲିଥାଏ । ବିଶେଷକରି ବସନ୍ତ ପଞ୍ଚମୀ ଦିନ ବହୁ ସଂଖ୍ୟାରେ ଲୋକମାନେ ଏଠାକୁ ଆସନ୍ତି । ତେବେ ଆସନ୍ତୁ ଜାଣିବା ଭଗବାନ କୃଷ୍ଣଙ୍କ ଏହି ଶାହା ଜୀ’ ମନ୍ଦିରରେ କଣ ବିଶେଷ ରହସ୍ୟ ରହିଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ମନ୍ଦିର ୧୮୩୫ ମସିହାରେ ନିର୍ମାଣ ହୋଇଥିଲା । ଧଳା ମାର୍ବଲରେ ନିର୍ମାଣ ହୋଇଥିବା ଏହି ସ୍ୱତନ୍ତ୍ର ଏବଂ ସୁନ୍ଦର ମନ୍ଦିରଟି ଚମତ୍କାର ଭାବେ ଗଢ଼ାଯାଇଛି । ଏହି ମନ୍ଦିରର ବିଶେଷ କଥା ହେଉଛି ଏଠାରେ ନିର୍ମାଣ ହୋଇଥିବା ସ୍ତମ୍ଭଗୁଡ଼ିକ ଗୋଟିଏ ପଥରରେ ନିର୍ମିତ ।

ଏହି ମନ୍ଦିରର ଅନ୍ୟ ଏକ ଖାସ୍‌ କଥା ରହିଛି । ଏଠାରେ ଏକ ଚମତ୍କାରୀ ବସନ୍ତୀ କୋଠରୀ ରହିଛି । ଏହି କୋଠରୀ ବର୍ଷକୁ ମାତ୍ର ଦୁଇ ଥର ଖୋଲା ଯାଇଥାଏ । ଏହି କୋଠରୀଟି ଭିନ୍ନ ଭିନ୍ନ ରଙ୍ଗର କାଚରେ ସଜାଯାଇଛି । ବିଶେଷକରି ବସନ୍ତ ପଞ୍ଚମୀ ଦିନ ଏହି କୋଠରୀକୁ ହଳଦିଆ ରଙ୍ଗରେ ସଜା ଯାଇଥାଏ । ଶାହା ଜୀ’ ମନ୍ଦିରରେ ଥିବା ଏହି ବସନ୍ତୀ କୋଠରୀ କେବଳ ବସନ୍ତ ପଞ୍ଚମୀ ଏବଂ ଶ୍ରାବଣ ମାସର ତ୍ରୟୋଦଶୀରେ ଖୋଲାଯାଇଥାଏ ।

ସୂଚନା ଥାଉ କି ବୃନ୍ଦାବନରେ ପାଳନ କରାଯାଉଥିବା ପ୍ରମୁଖ ପର୍ବ ମଧ୍ୟରୁ ବସନ୍ତ ପଞ୍ଚମୀ ପର୍ବ ହେଉଛି ଅନ୍ୟତମ । ଭଗବାନ କୃଷ୍ଣଙ୍କ ଭକ୍ତ ବସନ୍ତ ପଞ୍ଚମୀ ଦିନରୁ ହିଁ ହୋଲି ପାଇଁ ପ୍ରସ୍ତୁତ ହୁଅନ୍ତି, ଯେଉଁଥିରେ ପ୍ରଥମେ କୃଷ୍ଣଙ୍କୁ ରଙ୍ଗ ଲଗାଯାଇଥାଏ । ବସନ୍ତ ପଞ୍ଚମୀ ଦିନରେ ଭଗବାନ କୃଷ୍ଣଙ୍କୁ ଫୁଲରେ ସଜା ଯାଇଥାଏ । ଶାହା ଜୀ’ଙ୍କ ମନ୍ଦିରରେ ବସନ୍ତ ପଞ୍ଚମୀ ଉତ୍ସବକୁ ଖାସ କରିବା ପାଇଁ ରାଧାରମଣଲାଲ ଜୀ’ଙ୍କ ବିଗ୍ରହକୁ ଗୋଟିଏ ଦିନ ପାଇଁ ଏହି କୋଠରୀକୁ ଅଣାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.