ଇରାକ୍‌ରେ ବଡ଼ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା, ୧୬ ନାଗରିକଙ୍କ ମୃତ୍ୟୁ; ୨୫ ଆହତ

ନିଜର ୩ ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଆମେରିକା । ଜୋର୍ଡାନରେ ଆମେରିକୀୟ ସୈନିକମାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା ।

ନିଜର ୩ ସୈନିକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଆମେରିକା । ଜୋର୍ଡାନରେ ଆମେରିକୀୟ ସୈନିକମାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା ଏବଂ ଇରାକ୍‌ ଓ ସିରିୟାରେ ମୃତ୍ୟୁର ତାଣ୍ଡବ ରଚିଛି ।

ଇରାକରେ ଇରାନ ସମର୍ଥିତ ଠିକଣା ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଛି । ଏହି ଆକ୍ରମଣରେ ୧୬ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମହମ୍ମଦ ଶିୟା ଅଲ୍‌-ସୁଦାନୀଙ୍କ ଅଫିସ୍‌ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ସେପଟେ ଏହି ଆକ୍ରମଣ ଇରାନର ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍‌ କରି କରାଯାଇଥିବା ଆମେରିକା କହିଛି ।

ଆମେରିକା ଶନିବାର ସକାଳେ ଇରାକ ଏବଂ ସିରିୟାରେ ଇରାନର ୮୫ଟି ଠିକଣା ଉପରେ ଆକ୍ରମଣ କରିଛି । କୁହାଯାଉଛି, ୫ ଦିନ ପୂର୍ବେ ଜୋର୍ଡାନ-ସିରିୟା ସୀମାରେ ଡ୍ରୋନ୍‌ ଆକ୍ରମଣରେ ୩ ସୈନିକଙ୍କ ମୃତ୍ୟୁର ପ୍ରତିଶୋଧରେ ଏହି ଆଟାକ୍‌ କରାଯାଇଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକା ସେନା କହିଛି କି, ଆମର ଲଢ଼ୁଆ ବିମାନ ଇରାକ ଓ ସିରିୟାରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡ ଏବଂ ଏହା ସମର୍ଥିତ ମିଲିସିଆ ଗୋଷ୍ଠୀର ୮୫ଟି ଠିକଣା ନଷ୍ଟ କରି ଦେଇଛି । ସିରିୟାର ୪ ଏବଂ ଇରାକର ୩ଟି ଜାଗାରେ ମସାଇଲ ମାଡ଼ କରାଯାଇଛି ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଅନ୍ୟ ଶୀର୍ଷ ନେତା ଅନେକ ଦିନରୁ ଚେତାବନୀ ଦେଉଥିଲେ ଯେ ଆମେରିକା ମିଲିସିଆ ଗୋଷ୍ଠୀ ଉପରେ ପାଲଟା ଆକ୍ରମଣ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.