Below header

ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ର ଓଡ଼ିଶାର ଭାବମୂର୍ତ୍ତିକୁ ବିଶ୍ୱ ଦରବାରରେ ବୃଦ୍ଧି କରିଥିଲା : ମୋଦି

ଓଡ଼ିଶା ପାଇଁ ବିଜେପି କଣ କରିଛି, ତାର ରିପୋର୍ଟ କାର୍ଡ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସମ୍ବଲପୁର ରେମେଡ୍ ସଭାରେ ବକ୍ତବ୍ୟ ବେଳେ ମୋଦି ୫ ଟି ବଡ ରାଜନୈତିକ ବାର୍ତ୍ତା ଦେଇଛନ୍ତି। କେନ୍ଦ୍ରରେ ବିଜେପି ସରକାର ଅମଳରେ ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ମିଳିଥିବା ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିଥିଲେ ମୋଦି।

କଂଗ୍ରେସ ଅମଳରେ ଓଡ଼ିଶାରୁ ମାତ୍ର ୩୬ ହଜାର କୋଟି ଟଙ୍କାର ଧାନ କିଣାଯାଇଥିବା ବେଳେ ମୋଦି ସରକାର ଅମଳରେ ଏହା ୧ ଲକ୍ଷ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଉଜ୍ଜ୍ୱଳା ଯୋଜନା, ଆବାସ ଯୋଜନା, ଗ୍ରାମାଞ୍ଚଳରେ ଗରିବଙ୍କ ପାଇଁ ପକ୍କାଘର ଯୋଜନା, ମତ୍ସ୍ୟଜୀବୀଙ୍କ ପାଇଁ ନୂତନ ମନ୍ତ୍ରାଳୟ ଓ ମହିଳାଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ କୋଟି କୋଟି ଲୋକଙ୍କୁ ଉପକୃତ କରିଛି।

ବିଶେଷକରି ଆୟୁଷ୍ମାନ ୠାରତରେ ଅଙ୍ଗନୱାଡ଼ି,ଆଶା କର୍ମୀଙ୍କୁ ସାମିଲ କରିବା, ଓ ମାଗଣାରେ ରୁପ ଟଫ ସୋଲାର ଏନର୍ଜି ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ।  ବିଶ୍ୱ ଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ମୋଦି ସରକାର। ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସାମିଲ ହୋଇଥିଲା।

ଏହା ସାମ୍ନାରେ ବିଶ୍ୱର ବଡ଼ ବଡ଼ ନେତା ଫଟୋ ଉଠାଇବା ଦ୍ୱାରା ଓଡ଼ିଶାର ଭାବମୂର୍ତ୍ତି ବିଶ୍ୱ ଦରବାରରେ ବୃଦ୍ଧି ପାଇଥିଲା। ଅନ୍ୟପଟେ ୟୁପିଏ ସରକାର ଅମଳରେ ନେତାମାନେ କଳାହାଣ୍ଡି ଆସି ଓଡ଼ିଶାର ଦାରିଦ୍ର୍ୟ ଚିତ୍ରକୁ ବିଶ୍ୱ ଦରବାରକୁ ନେଉଥିଲେ। କେବଳ ଏତିକି ନୁହେଁ, କଂଗ୍ରେସ ଏବଂ ତାର ସହଯୋଗୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ବିରୋଧ କରି ଅପମାନିତ କରିଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.