Below header

ବ୍ୟୁଟି କ୍ୱିନଙ୍କୁ ଲାଗିଲା ଝଟକା, ଖତରନାକ ଗ୍ୟାଙ୍ଗରେ ସାମିଲ ହେବା ନେଇ ଲାଗଲା ଅଭିଯୋଗ

ଗିରଫ ହେଲେ ମେକ୍ସିକୋର ଜଣେ ବ୍ୟୁଟି କ୍ୱିନ୍‌। ଗୋଟିଏ ଖତରନାକ୍‌ ଗ୍ୟାଙ୍ଗର ସଦସ୍ୟ ହେବା ନେଇ ତାଙ୍କ ଉପରେ ଲାଗିଛି ଅଭିଯୋଗ। ମେକ୍ସିକୋ ପୋଲିସ୍‌ ଏହି ମାମଲାରେ ଆଠ ଜଣଙ୍କୁ ଗିରଫ କରିଛି । ଏଥି ମଧ୍ୟରେ ଲୋରା ମୋଜିକା ରୋମେରୋ ନାମକ ଏହି ସୁନ୍ଦରୀ ମଧ୍ୟ ସାମିଲ୍‌ ଅଛନ୍ତି । ଯଦି ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୫୦ ବର୍ଷର ସଜା ହୋଇପାରେ ।

heroinସୂଚନା ଅନୁଯାୟୀ ୨୫ ବର୍ଷୀୟ ରୋମେରୋ ଏମିତି ଏକ ଅପରାଧୀ ଗ୍ୟାଙ୍ଗ ସହିତ ସାମିଲ୍‌ ଅଛନ୍ତି, ଯିଏକି ଓଏକ୍ସାକା ଏବଂ ବେରାକ୍ରୁଜ୍ ଭଳି ସହରରେ ଅପହରଣ ଭଳି ଅପରାଧ ଘଟାଇଥାନ୍ତି । ବେରାକ୍ରୁଜ୍‌ର ମୁଖ୍ୟ କହିଛନ୍ତି ଯେ, ଏହି ଅଭିଯୁକ୍ତମାନଙ୍କୁ ସହର ନିକଟବର୍ତ୍ତୀ ଏକ ଘରୁ ଗିରଫ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.