ମହାପ୍ରଭୁଙ୍କୁ ସାଢ଼େ ୪କେଜି ସୁନା ଦାନ କଲେ ଦାତା

ପୁରୀ(କେ ନ୍ୟୁଜ): ମହାପ୍ରଭୁଙ୍କ ପାଇଁ ପହଞ୍ଚିଲା ସୁନା ଓ ରୂପା ଅଳଙ୍କାର । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କ୍ରୀଷନ କୁମାରଙ୍କ ଉପସ୍ଥିତିରେ ଜନୈକ ଦାତାଙ୍କ ପ୍ରତିନିଧି ଏସବୁ ଅଳଙ୍କାର ଗୁଡିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଏସବୁ ଅଳଙ୍କାର ମଧ୍ୟରେ ଶ୍ରୀବଳଭଦ୍ରଙ୍କ ପାଇଁ ୪୦ଟି ଶ୍ରୀମୁଖ ପଦ୍ମ ଓ ଦୁଇଟି ଝୋବା ,

ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା ଓ ମା ସୁଭଦ୍ରାଙ୍କ ପାଇଁ ୨ଟି ତଡକି ଓ ଦୁଇଟି ଝୋବା ରହିଛି। ଏସବୁ ଅଳଙ୍କାର ଗୁଡିକ ମଧ୍ୟରେ ୪ କେଜି ୮୫୮ ଗ୍ରାମ୍‌ ସୁନା ଓ ୩କେଜି ୮୭୬ ଗ୍ରାମ ରୂପା ରହିଛି। ଏହି ଅଳଙ୍କାର ହସ୍ତାନ୍ତର ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ଯ ମାନେ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.