କ୍ୟାମେରାରେ କଏଦ ହେଲା ମୃତ୍ୟୁର ଲାଇଭ ଭିଡିଓ, ଗାଧୁଆର ମଜା ନେଉ ନେଉ ଚାଲିଗଲା ଜୀବନ

ମାଲକାନଗିରି(କେ ନ୍ୟୁଜ):  ମୃତ୍ୟୁ ବେଳର ଭିଡିଓ ହେଉଛି ଭାଇରାଲ। ଭିଡିଓଟିକୁ ଦେଖିଲେ ନିଶ୍ଚିନ୍ତ ରୂପେ ମନରେ ପ୍ରଶ୍ନ ଆସିବ ସତରେ କଣ ମୃତ୍ୟୁ ଏମିତି ବି ଆସେ ମୃତ୍ୟୁ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ୱାଟର ଫଲରୁ ପଡି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଉ ଏହି ସମୟର ଟିକି ନିଖି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି | ଗାଧୁଆର ମଜା ନେଉ ନେଉ ଶେଷରେ ଚାଲିଗଲା ଜୀବନ । ପ୍ରକୃତରେ ଗମ୍ପାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍.ପି.ଭି:- ୨୬ ଗ୍ରାମର ଯୁବକ ବିଜୁ ମଣ୍ଡଳ ତାଙ୍କ ସାଙ୍ଗ ମାନଙ୍କ ସହ ବେହେରାଗୁଡା ୱାଟର ଫଲକୁ ଆଜି ବୁଲିବାକୁ ଯାଇଥିଲେ ।

ଜଳ ପ୍ରପାତରେ ମଜା ନେଇ ଗାଧୋଉଥିବା ବେଳେ ପାଣିରେ ଖସି ଯାଇ ପଥରରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ତୁରନ୍ତ ସାଙ୍ଗ ମାନେ ବିଜୁକୁ ଉଦ୍ଧାର କରି ପ୍ରଥମେ ଏମ୍.ଭି:- ୨୧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ | ପ୍ରାଥମିକ ଚିକିତ୍ସା ପରେ ବି ତାଙ୍କ ଅବସ୍ଥା ଗୁରୁତର ଥିବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | କିନ୍ତୁ ସେଠାରୁ ପୁଣି କୋରାପୁଟ ନେବା ବାଟରେ ମାଥିଲି ଠାରେ ସେ ମୃତୁବରଣ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଲହରୀ ଖେଳିଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.