ଆପଣ ଚା ପିଇବାର ତୁରନ୍ତ ପରେ ପିଉନାହଁନ୍ତି ତ ପାଣି, ଯଦି ଏପରି କରୁଛନ୍ତି ତେବେ ତୁରନ୍ତ ଏହାକୁ ପଢ଼ନ୍ତୁ

ଦେଶର ପ୍ରାୟ ଅଧିକାଂଶ ଲୋକ ଚା ପିଇବାକୁ ପସନ୍ଦ କରନ୍ତି। ଅନେକ ଲୋକଙ୍କର ତ ଦିନର ଆରମ୍ଭ ଚା ସହିତ ହୁଏ। କିନ୍ତୁ ଚାର ସ୍ୱାଦ ନେବା ସହିତ ଏହାର ସେବନ ସହ ଜଡିତ ନିୟମ ବିଷୟରେ ବି ଜାଣିବା ଦରକାର। ଯେଉଁ ସୂଚନା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡିବାରୁ ରକ୍ଷା କରିପାରିବ। ପ୍ରାୟତଃ ଲୋକ ଚା ପିଇବା ପରେ ପାଣି ପିଇବା ଭଳି ଭୁଲ କରିଦିଅନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଆଦୌ ବି ଉଚିତ ନୁହେଁ। ତେଣୁ ଆଜି ଆମେ ଆପଣଙ୍କୁ ଚା ସହିତ ଜଡିତ କିଛି ଜରୁରୀ କଥା ଜଣାଇବାକୁ ଯାଉଛୁ।

ଚା ପିଇବା ପରେ ପାଣି ପିଇବା ଭଲ ଅଭ୍ୟାସ ନୁହେଁ। କାହିଁକିନା ଚା ଗରମ ହୋଇଥାଏ ଏବଂ ପାଣି ଥଣ୍ଡା ହୋଇଥାଏ। ଯେଉଁ ଲୋକ ଚା ପିଇବା ପରେ ଥଣ୍ଡା ପାଣି ପିଇଦିଅନ୍ତି ସେମାନଙ୍କୁ ଦାନ୍ତ ସମସ୍ୟା ଦେଖାଯାଏ। ଗରମ ଚା ପରେ ଥଣ୍ଡା ପାଣି ପିଇବା ଦ୍ୱାରା ମୁହଁର ତାପମାନରେ ଅଚାନକ ପରିବର୍ତ୍ତନ ହୋଇଥାଏ ଏବଂ ଆପଣଙ୍କ ଦାନ୍ତର ସିରାପ୍ରସିରାରେ ସମସ୍ୟା ଦେଖାଯାଏ।

teaଏକ୍ସପର୍ଟଙ୍କ ଅନୁଯାୟୀ ଚା ପିଇବାର ତୁରନ୍ତ ପରେ ଥଣ୍ଡା ପାଣି ପିଇବା କାରଣରୁ ଦାନ୍ତ ଉପରେ ବହୁତ କ୍ଷତି ପହଁଚିଥାଏ ଏବଂ ଏହି କାରଣରୁ ଦାନ୍ତର ସେନସିଟଭ୍‌ ବଢ଼ିଯାଏ ଏବଂ ଦାନ୍ତର ସେମ୍ବଦନଶୀଳତା ବଢ଼ିବା କାରଣରୁ ଦାନ୍ତରେ ଥଣ୍ଡା ଗରମ ହେବାର ସମସ୍ୟା ଦେଖାଯାଏ।

କିଛି ଲୋକଙ୍କ ଠାରେ ଚାର ତୁରନ୍ତ ପରେ ଥଣ୍ଡା ପାଣି ପିଇବା କାରଣରୁ ଅଲସର ସମସ୍ୟା ଦେଖାଯାଏ। ଏକ୍ସପର୍ଟଙ୍କ କହିବାନୁଯାୟୀ ଏହାର ଅର୍ଥ ତାହା ନୁହେଁ ଯେ ଚା ପିଇବା ବିଲକୁଲ ବନ୍ଦ କରିଦେବ। ଆମେ ଆପଣଙ୍କୁ କହୁଛୁ ଏହାର ସେବନ ସୀମିତ ମାତ୍ରାରେ କରନ୍ତୁ। କାହିଁକିନା ଯଦି ଆମେ ସୀମିତ ମାତ୍ରାରେ ଚା ସେବନ କରିବା ଦ୍ୱାରା ଏହା ହୃଦୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

cofeeକମ୍‌ ଚା ପିଇଲେ ଏହା ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।

ଚା ପିଇବା ପରେ ଯଦି ଆପଣ ତୁରନ୍ତ ପାଣି ପିଉଛନ୍ତି ତାହେଲେ ଆପଣଙ୍କ ନାକରେ ରକ୍ତ ପଡିବା ଭଳି ସମସ୍ୟା ହୋଇପାରେ।

ଗରମ ଚା ପିଇବା ପରେ ଥଣ୍ଡା ପାଣି ପିଇବା ଦ୍ୱାରା କାଶ, ଜ୍ୱର ଭଳି ସମସ୍ୟା ଦେଖାଯାଇପାରେ। ଗୋଟିଏ ସମୟରେ ଥଣ୍ଡା ଏବଂ ଗରମ ପିଇବା ଦ୍ୱାରା ଗଳା ବି ବସିଯାଏ।

ଏଥିସହିତ ଚା ପିଇବା ପରେ ପାଣି ପିଇଲେ ଗ୍ୟାସ ଏବଂ ଏସିଡିଟୀ ସମସ୍ୟା ଦେଖାଯାଏ। ପେଟଜନିତ ଅନ୍ୟ ସମସ୍ୟା ବଢ଼ିଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.