କିଏ ସେହି ପୁଅ, ଯାହା ଉପରେ ଅମିର ଖାନଙ୍କ ଝିଅ ହେଲେ ଫିଦା

ଅମିର ଖାନଙ୍କ ଝିଅ ଇରା ଖାନ ଲାଇମ ଲାଇଟ ଠାରୁ ପ୍ରାୟ ଦୂରରେ ରୁହନ୍ତି। କିନ୍ତୁ ବର୍ତ୍ତମାନ ଇରା ଖାନଙ୍କ ଏକ ଫୋଟକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି। ଇରା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଜଣେ ସାଙ୍ଗଙ୍କ ସହ ନିଜର ଫଟୋ ଶେୟାର କରିଛନ୍ତି। ତାଙ୍କର ଏହି ପୁଅ ସାଙ୍ଗର ନା ହେଉଛି ମିଶାଲ କୃପାଲୀନ। ଏହି ଫୋଟରେ ମିଶାଲ, ଇରାଙ୍କ ମଥାରେ କିସ୍ କରୁଥିବାର ନଜର ଆସିଛି।

ଫଟୋ ଶେୟାର କରିବା ସହ ଇରା ଲେଖିଛନ୍ତି, ‘ଆଶା କରୁଛି ଏହି ଛୁଟି ଦିନ ଗୁଡ଼ିକ ତୁମର ହସ ଏବଂ ଖୁସିର ସହ ଭଲଭାବେ ବିତିବ’। ମିଶାଲ ଏବଂ ଇରା ଦୁଇଜଣ ମିଶି ଡେଟରେ ମଧ୍ୟ ଯାଉଥିଲେ। ଇରାଙ୍କର ଏହି ଫୋଟ ଦେଖିବା ପରେ ସୋସିଆଲ ମିଡ଼ିଆରେ ଲୋକମାନେ ତାଙ୍କୁ ପଚାରିଛନ୍ତି- ମିଶାଲ କଣ ତୁମର ବୟଫ୍ରେଣ୍ଡ?

ଇରା ଅମିର ଖାନ୍ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତଙ୍କ ଝିଅ। ୨୨ ବର୍ଷର ଇରା ବିଦେଶରେ ରହି ପାଠ ପଢୁଛନ୍ତି। ଜାଣନ୍ତୁ କିଏ ଇରାଙ୍କର ବୟଫ୍ରେଣ୍ଡ।

ira khan-ସମସ୍ତେ ଜାଣିବାକୁ ଚାହାନ୍ତି କି ଇରା ଯେଉଁ ପୁଅଙ୍କ ସହିତ ଡେଟରେ ଯାଉଛନ୍ତି ସେ କିଏ। ମିଶାଲ ନ୍ୟୁୟର୍କର ଜଣେ ଶ୍ରେଷ୍ଠ ସଙ୍ଗୀତ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ କଳାକାର। ଇରା ମିଶାଲଙ୍କ ସହ ପ୍ରଥମ ଥର ଫଟୋ ପୋଷ୍ଟ କରିନାହାନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଫଟୋ ପୋଷ୍ଟ କରିସାରିଛନ୍ତି ଏବଂ ଇରାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ମିଶାଲଙ୍କ ସହ ତାଙ୍କର ଅନେକ ଫୋଟ ରହିଛି।
ମିଶାଲ ଇରାଙ୍କୁ ଏକ ବଡ଼ ଟେଡି ବିଅର ମଧ୍ୟ ଗିଫ୍ଟ କରିଛନ୍ତି। ଇରା ଏହି ଟେଡି ବିଅର ସହ ସୋସିଆଲ ମିଡ଼ିଆରେ ଏକ ଫଟୋ ଶେୟାର କରି ଲେଖଛନ୍ତି- ଧନ୍ୟବାଦ ମିଶାଲ କୃପାଲୀନ। ସେ ସଦାବେଳେ ତାଙ୍କଠାରୁ ବଡ଼ ଟେଡି ଚାହୁଁଥିଲେ।

ira khanମିଶାଲଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଅନେକ ମ୍ୟୁଜିକ୍ ଭିଡ଼ିଓ ରହିଛି। ଯେଉଁଥିରେ ଗିଟାର ବଜାଇ ଗୀତ ଗାଇଛନ୍ତି। ଇରା ବର୍ତ୍ତମାନ ଏକ ଭିଡ଼ିଓ ଗୀତ ପିଲ୍ସରେ ନିର୍ଦ୍ଦେଶନା କରିଛନ୍ତି। ଏହି ଭିଡ଼ିଓ ଡ୍ରଗ୍ସ, ଆଲକୋହଲ ଏବଂ ମହିଳାମାନଙ୍କ ଉପରେ ଆଧାରିତ।ଇରାଙ୍କ ବିଷୟରେ ତାଙ୍କ ବାପା ଅମିର ଖାନ୍ କହିଥିଲେ ତାଙ୍କର ଇଛା ସେ ଫିଲ୍ମ ପ୍ରସ୍ତୁତ କରିବା। ଇରା ତାଙ୍କ ପିତାଙ୍କ ସହ ସମୟ ବିତାଉଥିବା କିଛି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।