Below header

ସାଉଥ୍ ଫିଲ୍ମରେ ଧମାକାଦାର ଏଣ୍ଟ୍ରି କରିବେ ବଲିଉଡ୍ ବାଦଶାହା, ଜାଣନ୍ତୁ କେଉଁ ମୁଭିରେ କରୁଛନ୍ତି ଅଭିନୟ

ସାଉଥ୍ ମୁହାଁ ବଲିଉଡର ବଡ଼ ବଡ଼ ସୁପରଷ୍କାର୍ । ଅକ୍ଷୟ କୁମାର, ଆଲିୟା ଭଟ୍ଟ,ଶ୍ରଦ୍ଧା କପୁର ଏବଂ ଅଜୟ ଦେବଗନଙ୍କ ଭଳି ନାମୀ ଦାମୀ କଳାକାର ସାଉଥ୍ ସିନେମାରେ ପାଦ ରଖିଲେଣି । ଏବେ ଏହି ତାଲିକାରେ ଆଉ ଜଣେ ସୁପରଷ୍ଟାରଙ୍କ ନାଁ ସାମିଲ୍ ହୋଇଛି । ତାମିଲ୍ ଫିଲ୍ମରେ ଏଣ୍ଟ୍ରି କରିବେ ବଲିଉଡ୍ ବାଦଶାହା । ଆଜ୍ଞା ହଁ , ଏଣିକି ସାଉଥ୍ ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇବେ ଶାହାରୁଖ ।

ଖବର ମୂତାବକ, ତାମିଲ୍ ଷ୍ଟାର୍ ଥାଲାପଥି ବିଜୟଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଶାହାରୁଖ । ଫିଲ୍ମର ନାଁ ହେଉଛି ଥାଲାପଥି ୬୩ । ଯାହା ଚଳିତ ବର୍ଷ ଦୀପାବଳୀରେ ରିଲିଜ୍ ହେବ । ଏଥିରେ ମେନଲିଡ୍ ଆକ୍ଟ୍ରେସ୍ ଅଛନ୍ତି ନୟନତାରା । ତେବେ ଶାହାରୁଖ୍ ଏହି ଫିଲରେ ମେନଲିଡ୍ ଅଭିନେତା ନୁହଁନ୍ତି ବରଂ କେମିଓ ଚରିତ୍ରରେ ନଜର ଆସିବେ । ଯାହା କି ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ।

ତେବେ ଖାସ୍ କଥା ଏହି ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରୁଛନ୍ତି ଜାକି ଶ୍ରଫ୍ । ଆଉ ଏମିତିରେ ଯଦି ଶାହାରୁଖ୍ ଫିଲ୍ମରେ ଏଣ୍ଟ୍ରି କରୁଛନ୍ତି ତେବେ ଫ୍ୟାନ୍ସ ଉତ୍ସାହ ଦୁଇ ଗୁଣା ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.