ମନ୍ଦିରକୁ ଯିବା ପୂର୍ବରୁ କାହିଁକି ବଜାଯାଏ ଘଣ୍ଟି ? କାରଣ ଆପଣଙ୍କୁ ନିହାତି ଜାଣିବା ଉଚିତ

ସାଧାରଣତଃ ଲୋକମାନେ ମନ୍ଦିରକୁ ଯିବା ପୂର୍ବରୁ ସେଠାରେ ଥିବା ଘଣ୍ଟିକୁ ନିଶ୍ଚୟ ବଜାଇଥାନ୍ତି। ତାପରେ ଯାଇ ଭଗବାନଙ୍କୁ ଦର୍ଶନ କରିଥାନ୍ତି। ହିନ୍ଦୁ ଧର୍ମରେ ମନ୍ଦିର ବାହାରେ ଘଣ୍ଟି ଲାଗିବାର ପରମ୍ପରା ବହୁତ ପୁରାତନ ଅଟେ କିନ୍ତୁ କଣ ଆପଣଙ୍କୁ ଜଣାଅଛି କାହିଁକି ମନ୍ଦିର ଗଲେ ଘଣ୍ଟି ବଜାଯାଏ। ଏହାର କାରଣ ବହୁତ ଖାସ।

ସକାଳ- ସଞ୍ଜ ମନ୍ଦିରରେ ପୂଜା-ଆଳତୀ କରାଯାଇଥାଏ। ତେବେ ଏକ ବିଶେଷ ଲୟ ଏବଂ ତାଳରେ ଛୋଟ-ବଡ ଘଣ୍ଟିକୁ ବଜା ଯାଇଥାଏ। କୁହାଯାଏ ଯେ ଘଣ୍ଟି ବଜାଇଲେ ମନ୍ଦିରରେ ସ୍ଥାପିତ ଦେବୀ-ଦେବତାଙ୍କ ମୂର୍ତ୍ତିରେ ଚେତନା ଜାଗୃତ ହୋଇଛଠେ। ଯାହା ପରେ ଆପଣଙ୍କ ପୂଜା ଏବଂ ଆରାଧନା ଅଧିକ ଫଳଦାୟକ ଓ ପ୍ରଭାବଶାଳୀ ହୋଇଥାଏ।

belllପୁରାଣ ଅନୁଯାୟୀ, ମନ୍ଦିରରେ ଘଣ୍ଟି ବଜାଇବା ଦ୍ବାରା ମଣିଷର ଅନେକ ଜନ୍ମର ପାପ ନଷ୍ଟ ହୋଇଯାଇଥାଏ। କୁହାଯାଏ ଯେ ଯେତେବେଳେ ସୃଷ୍ଟିର ପ୍ରାରମ୍ଭ ହୋଇଥିଲା, ସେତେବେଳେ ଯେଉଁ ଶବ୍ଦ ଶୁଭିଥିଲା, ସେହି ଶବ୍ଦ ମନ୍ଦିରର ଘଣ୍ଟି ବଜାଇବା ଦ୍ବାରା ମଧ୍ୟ ଆସିଥାଏ। ଘଣ୍ଟି ସେହି ନାଦର ପ୍ରତିକ ଅଟେ।

ମନ୍ଦିର ବାହାରେ ଲାଗିଥିବା ଘଣ୍ଟିକୁ କାଳର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଏମିତି କୁହାଯାଏ ଯେ ଯେତେବେଳେ ପ୍ରୁଥିବୀରେ ପ୍ରଳୟ ଆସିବ, ସେହି ସମୟରେ ମଧ୍ୟ ଘଣ୍ଟି ବଜାଇବାର ନାଦ ମଧ୍ୟ ଶୁଭିବ।

belମନ୍ଦିରରେ ଘଣ୍ଟି ଲଗାଇବା ପଛରେ ନା କେବଳ ଧାର୍ମିକ କାରଣ ରହିଛି ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଯେତେବେଳେ ଘଣ୍ଟି ବଜା ଯାଇଥାଏ ସେତେବେଳେ ବାତାବରଣରେ କମ୍ପନ ସୃଷ୍ଟି ହୋଇଥାଏ, ଯାହା ବାୟୁମଣ୍ଡଳ କାରଣରୁ ବହୁତ ଦୂରକୁ ଯାଇଥାଏ। ଏହି କମ୍ପନର ଲାଭ ଏହା ଯେ ଏହାର ସିମାରେ ଆସୁଥିବା ଜୀବାଣୁ, ବିଷାଣୁ ଏବଂ ସୂକ୍ଷ୍ମ ଜୀବ ଆଦି ନଷ୍ଟ ହୋଇଯାଇଥାଏ। ଯାହା ଦ୍ବାରା ମନ୍ଦିର ଏବଂ ତାହାର ଆଖପାଖର ବାତାବରଣ ଶୁଦ୍ଧ ହୋଇଯାଇଥାଏ।

କୁହାଯାଏ ଯେଉଁ ସ୍ଥାନରୁ ଘଣ୍ଟି ବଜାଇବାର ଶବ୍ଦ ନିୟମିତ ଆସିଥାଏ। ସେଠାକାର ପରିବେଶ ସବୁବେଳେ ଶୁଦ୍ଧ ଏବଂ ପବିତ୍ର ରହିଥାଏ। ଏହା ମଧ୍ୟ କୁହାଯାଏ ଯେ ଘଣ୍ଟି ବଜାଇବା ଦ୍ବାରା ନକାରାତ୍ମକ ଶକ୍ତି ଶେଷ ହୋଇଯାଇଥାଏ। ଯାହାଦ୍ବାରା ଲୋକଙ୍କର ସମୃଦ୍ଧିର ଦ୍ବାର ଖୋଲିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.