Below header

ବିଜେଡିର ୯ ଲୋକସଭା ଓ ୩୬ ବିଧାନସଭା ଘୋଷଣା ପରେ ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ

ଭୁବନେଶ୍ବର (କେନ୍ୟୁଜ୍) : ଘୋଷଣା ହୋଇଛି ଆଉ ୯ ଲୋକସଭା ଓ ୩୬ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀଙ୍କ ନାଁ । ଏହାପରେ ଆଜି ଟିକେଟ୍ ନେବା ପାଇଁ ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ ଜମିଛି। ନିଜ ନିଜ ଆସନ ପାଇଁ ଟିକେଟ୍ ନେଇ ଯାଉଛନ୍ତି ପ୍ରାର୍ଥୀ। ସେପଟେ ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ପାଇଁ ବଳକା ଆସନରେ ଟିକେଟ କସରତ ଜାରି ରହିଛି। ଆଜି ବି ଜମିଛି ଆଶାୟୀଙ୍କ ଭିଡ। ଆଶାୟୀ ଓ ସେମାନଙ୍କ ସମର୍ଥକମାନ ଆସି ନବୀନ ନିବାସରେ ଡେରା ପକାଇଛନ୍ତି । କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ ? କାହାକୁ ମିଳିବ ଟିକେଟ? କାହାର ଟିକେଟ କଟିବ ଏହା ଉପରେ ବିଚାରବିମର୍ଶ କରୁଛନ୍ତି ଦଳ ସୁପ୍ରିମୋ । ଟିକେଟକୁ ନେଇ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି।

ସେପଟେ ନବୀନ ନିବାସରେ ମିଶ୍ରଣ ପର୍ବ ଜାରି ରହିଛି। ବିଜେପି ଓ କଂଗ୍ରେସ ଦଳର ବହୁ ନେତା ଓ କର୍ମୀ ଆସି ବିଜେଡିରେ ସାମିଲ ହେଉଛନ୍ତି। କୋରାପୁଟ ଓ ଲକ୍ଷ୍ମୀପୁର ଅଞ୍ଚଳର ଏକାଧିକ କର୍ମୀ ନବୀନ ନିବାସ ଆସି ଆଜି ବିଜେଡିରେ ସାମିଲ ହୋଇଛନ୍ତି। AICCର ପୂର୍ବତନ ସଦସ୍ୟ ଶିବେନ୍ଦ୍ର ହାତୀ ବହୁ ସମର୍ଥକଙ୍କ ସହ ଆସି ବିଜେଡିରେ ମିଶିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.