Below header

ପିକେ ପରେ ଏବେ ପୁଣିଥରେ ଏକାଠି ନଜର ଆସିବେ ରଣବୀର କପୁର ଓ ଅମୀର ଖାନ୍‌

ପୁଣିଥରେ ଏକାଠି ନଜର ଆସିବେ ଅମୀର ଖାନ୍‌ ଓ ରଣବୀର କପୁର। ୨୦୧୪ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ପିକେ ପରେ ଏହି ଦୁଇ ବଡ଼ ଷ୍ଟାରଙ୍କୁ ଦର୍ଶକେ ପୁଣି ବଡ଼ ପରଦାରେ ଏକାଠି ଦେଖିବେ। ଅମୀର ଖାନ୍‌ ଏବେ ଲାଲ ସିଂହ ଚଢ଼ାର ସୁଟିଂ ସାରିଛନ୍ତି ଓ ଫିଲ୍ମର ପୋଷ୍ଟ ପ୍ରଡକ୍ସନ୍‌ କାମ ଜାରି ରହିଛି। କିନ୍ତୁ ଅମୀର ଏବେ ଠାରୁ ହିଁ ଦ୍ୱିତୀୟ ପ୍ରୋଜେକ୍ଟର କାମ ଆରମ୍ଭ କରି ଦେଇଛନ୍ତି।

ରିପୋର୍ଟ ମୁତାବକ, ଅମୀର ଖାନ୍‌ ଏବେ ଆଗାମୀ ପ୍ରୋଜେକ୍ଟର କାମ ଆରମ୍ଭ କରିସାରିଲେଣି। ଏହି ଫିଲ୍ମରେ ସେ ପ୍ରଯୋଜନା ଦେଉଛନ୍ତି। ଏଣୁ ଏବେ ଠାରୁ ହିଁ ପ୍ରି-ପ୍ରଡକ୍ସନ୍‌ କାମ ଆରମ୍ଭ କରି ଦେଇଛନ୍ତି। ଏହି ଫିଲ୍ମରେ ରଣବୀର କପୁରଙ୍କ ସହ ସେ ସ୍କ୍ରିନ୍‌ ସେୟାର କରିବେ। ତେବେ ଫିଲ୍ମର କାହାଣୀ କ’ଣ ଓ ଉଭୟେ କେଉଁ ଭୂମିକାରେ ଅଭିନୟ କରୁଛନ୍ତି, ଏବେ ଯାଏଁ ସେ ନେଇ କୌଣସି ଖବର ସାମ୍ନାକୁ ଆସି ନାହିଁ। କିନ୍ତୁ କୁହାଯାଉଛି ଯେ ଫିଲ୍ମର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ।

ଏହା ପୂର୍ବରୁ ଅମୀର ଓ ରଣବୀର କପୁର ପିକେରେ ଏକାଠି ନଜର ଆସିଥିଲେ। ପିକେରେ ଅମୀର ଲିଡ୍‌ ରୋଲ୍‌ରେ ଅଭିନୟ କରିଥିବା ବେଳେ ରଣବୀର କପୁର କେବଳ କିଛି ମିନିଟ୍‌ ପାଇଁ ଅତିଥି କଳାକାର ଭାବେ ଅଭିନୟ ଆସିଥିଲେ।

ପ୍ରକାଶ ଯେ ଅମୀର ଖାନ୍‌ଙ୍କ ଲାଲ୍‌ ସିଂହ ଚଢ଼ାର ରିଲିଜ୍‌ ତାରିଖ ଏକାଧିକ ଥର ଘୁଞ୍ଚିସାରିଲାଣି। ଏବେ ଏହି ଫିଲ୍ମ ଅଗଷ୍ଟ ୧୧ରେ ରିଲିଜ୍‌ ହେବ। ଏହି ଦିନ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ପଡ଼ୁଛି। ଅମୀରଙ୍କ ଲାଲ ସିଂହ ଚଢ଼ାଙ୍କ ମୁକାବିଲା ଅକ୍ଷୟ କୁମାର ଓ ଭୂମି ପେଡନେକରଙ୍କ ଫିଲ୍ମ ରକ୍ଷା ବନ୍ଧନ ସହ ହେବ।

Also Read: କୁକୁର ପାଇଁ ୪୧ ଦିନିଆ ବ୍ରହ୍ମଚର୍ଯ୍ୟ ବ୍ରତ ରଖିଛନ୍ତି ରାମଚରଣ, ଏୟାରପୋର୍ଟରେ ଖାଲି ପାଦରେ ଆସିଲେ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.