ଆଇପିଏଲ୍‌ ୨୦୨୨ : ରାଜସ୍ଥାନ ରୟାଲ୍ସ ଠାରୁ ମ୍ୟାଚ ଛଡାଇବାକୁ ଚେଷ୍ଟା କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଜିର ଆଇପିଏଲରେ ୧୩ତମ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ମ୍ୟାଚ୍କୁ ନେଇ ରୟାଲ୍ ଚ୍ୟାଲେଞ୍ଜର୍ସ ଜୋରଦାର ପ୍ରସ୍ତୁତି କରିଥିବା ବେଳେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ବିଭାଗକୁ ନେଇ ଦଳ ଚିନ୍ତାରେ ରହିଛି। ଆଜିର ମ୍ୟାଚ ମୁମ୍ବାଇର ଓ୍ଵାଙ୍ଖେଡ ଷ୍ଟାଡିଅମରେ ହେବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ଟୁର୍ଣ୍ଣାମେଣ୍ଟରେ ୨ଟି ମ୍ୟାଚ ଖେଳିସାରିଛି। ଗୋଟିଏ ମ୍ୟାଚ ଜିତିଥିବା ବେଳେ ଅନ୍ୟଟି ହାରିଛି। ସେହିଭଳି ରାଜସ୍ଥାନ ରୟାଲ୍ସ ମଧ୍ୟ ଦୁଇଟି ମ୍ୟାଚ ଖେଳିଛି ଏବଂ ୨ଟି ଯାକରେ ବିଜୟୀ ହୋଇଛି।

ରାଜସ୍ଥାନ ରୟାଲ୍ସ ଉଭୟ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂର ନମୁନା ପ୍ରଦର୍ଶନ କରି ରୟାଲ୍ସ ଦଳ ବିଜୟୀ ହୋଇଛି । ସନରାଇଜର୍ସ ବିପକ୍ଷ ପ୍ରଥମ ମ୍ୟାଚରେ ରୟାଲ୍ସ ଦଳ ୨୧୦ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ୧୯୩ ରନ୍ ସଂଗ୍ରହ କରିଥିଲା । ଦଳର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ, ସିମରନ ହେତମେୟର ପ୍ରମୁଖ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଛନ୍ତି ।

୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ହାସଲ କରିସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ଦଳରେ ଡୁ ପ୍ଲେସି, କୋହଲି, ଦିନେଶ କାର୍ତ୍ତିକଙ୍କ ଭଳି ବ୍ୟାଟର ରହିଛନ୍ତି । ବଟଲରଙ୍କୁ ଅଟକାଇବା ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ସ୍ୱତନ୍ତ୍ର ରଣନୀତି ଆପଣେଇବାକୁ ପଡ଼ିବ । ଦଳ ମହମ୍ମଦ ସିରାଜଙ୍କ ଉପରେ ନିର୍ଭର କରିବ।

ରୟାଲ ଚ୍ୟାଲେଞ୍ଜର୍ସ: ଫାଫ ଡୁ ପ୍ଲେସି (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଦିନେଶ କାର୍ତ୍ତିକ, ସେରଫାନ ରଦରଫୋର୍ଡ/ ଗ୍ଲେନ ମ୍ୟାକ୍ସୱେଲ, ସାହବାଜ ଅହମ୍ମଦ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ଡେଭିଡ ୱିଲି/ଜୋସ ହାଜେଲଉଡ, ମହମ୍ମଦ ସିରାଜ, ଆକାଶ ଦୀପ ।

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଯଶସ୍ୱୀ ଜୈସ୍ୱାଲ, ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେତମେୟର, ରିୟାନ ପରାଗ, ଆର ଅଶ୍ୱିନ, ନବଦୀପ ସାଇନି, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଝବେନ୍ଦ୍ର ଚହଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.