ପରଲୋକରେ ଭେଟେରାନ୍ ଅଭିନେତା ଜୁନିୟର ମେହମୁଦ, ଦୁଇ ମାସ ଧରି ଥିଲେ ଅସୁସ୍ଥ

ଭେଟେରାନ୍ ବଲିଉଡ ଅଭିନେତା ପରଲୋକରେ ଜୁନିୟର ମେହମୁଦ। କ୍ୟାନସରରେ ଆକ୍ରାନ୍ତ ଜୁନିଅର ମେହମୁଦଙ୍କ ୬୭ ବର୍ଷ ବୟସରେ ପରଲୋକ ହୋଇଛି । ଗତ ଦୁଇ ମାସ ଧରି ସେ ଅସୁସ୍ଥ ଥିଲେ। ୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଥିଲେ ଜୁନିଅର ମେହମୁଦ।

ନୂଆଦିଲ୍ଲୀ : ଭେଟେରାନ୍ ବଲିଉଡ ଅଭିନେତା ପରଲୋକରେ ଜୁନିୟର ମେହମୁଦ। କ୍ୟାନସରରେ ଆକ୍ରାନ୍ତ ଜୁନିଅର ମେହମୁଦଙ୍କ ୬୭ ବର୍ଷ ବୟସରେ ପରଲୋକ ହୋଇଛି । ଗତ ଦୁଇ ମାସ ଧରି ସେ ଅସୁସ୍ଥ ଥିଲେ। ୬୦ ଓ ୭୦ ଦଶକର ଚର୍ଚ୍ଚିତ ଶିଶୁ କଳାକାର ଥିଲେ ଜୁନିଅର ମେହମୁଦ। ସେ ୪ ଦଶନ୍ଧିର କ୍ୟାରିଅରରେ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।

ସୂଚନା ଅନୁଯାୟୀ ଜୁନିୟର ମେହମୁଦଙ୍କ ହଠାତ୍ ଓଜନ ହ୍ରାସ ହେବାକୁ ଲାଗିଲା। ଯାହା ପରେ ତାଙ୍କର ପରୀକ୍ଷା କରାଯାଇଥିଲା ଏବଂ ନଭେମ୍ବରରେ ତାଙ୍କର କର୍କଟ ରୋଗ ଚିହ୍ନଟ ହୋଇଥିଲା । ଏନେଇ ତାଙ୍କର ଘନିଷ୍ଠ ବନ୍ଧୁ ସଲାମ କାଜୀ ସୂଚନା ଦେଇଥିଲେ । ଯେତେବେଳେ ଡାକ୍ତରୀ ରିପୋର୍ଟ ଆସିଲା ସେତେବେଳେ କୁହାଯାଇଥିଲା ଯେ କର୍କଟ ରୋଗ ହୋଇଛି। ଯକୃତ ଏବଂ ଫୁସଫୁସରେ କ୍ୟାନସର ହେବା ସହ ଜଣ୍ଡିସରେ ମଧ୍ୟ ପୀଡିତ ଥିଲେ ବୋଲି ଡାକ୍ତରମାନେ କହିଥିଲେ।

ନିକଟରେ ଜୁନିୟର ମେହମୁଦ ଜିତେନ୍ଦ୍ରଙ୍କୁ ଭେଟିବାକୁ ଇଚ୍ଛା କରିଥିଲେ । ଉଭୟ ବହୁ ଫିଲ୍ପରେ ଅଭିନୟ କରିଥିଲେ । ମେହମୁଦଙ୍କୁ ଦେଖିବା ପରେ କୋହ ସମ୍ଭାଳିପାରିନଥିଲେ ଜିତେନ୍ଦ୍ର । ଭୋଭୋ ହୋଇ କାନ୍ଦିପକାଇଥିଲେ । ସେହିପରି ଅନେକ ଅଭିନେତା ବି ଜୁନିୟର ମେହମୁଦଙ୍କୁ ହସ୍ପିଟାଲରେ ଭେଟିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.