Below header

ବାପାଙ୍କ ସହ ରଣବୀରଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ କିଆରା, ଭିଡିଓ ଭାଇରାଲ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକଡାଉନ ଚାଲିଛି । ଏହି ସମୟରେ ବଲିଉଡର ପ୍ରାୟ ସମସ୍ତ ସେଲିବ୍ରିଟ ଘରେ ଥିବା ବେଳେ ଏମାନେ ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହାକୁ ନେଇ ସେମାନଙ୍କ ପ୍ରଶଂସକ ପୁରା ପାଗଳ ହୋଇଯାଇଛନ୍ତି । ଅନେକ ସେଲିବ୍ରିଟ ନିଜ ଫ୍ୟାନଙ୍କ ପାଇଁ ଅନେକ ପୁରୁଣା ଭିଡିଓ ମଧ୍‍ୟ ସେୟାର କରୁଛନ୍ତି । ସନ୍ନି, ଶିଳ୍ପା, ଉର୍ବଶୀଙ୍କ ପରେ ଏକ କିଆରା ଆଡଭାନୀ ଏପରି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

father

ଲକଡାଉନ ସହ ଏହାର କୌଣସି ସମ୍ପର୍କ ନଥିଲେ ବି ଦର୍ଶକେ ଏହାକୁ ପସନ୍ଦ କରିଛନ୍ତି । ଭିଡିଓଟି ପୁରୁଣା ହୋଇଥିବା ବେଳେ କିଆରା ତାଙ୍କ ପିତାଙ୍କ ସହିତ ଖୁବ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହା ଏକ ବିବାହ ସମୟର ଭିଡିଓ । ଯେଉଁଥିରେ କିଆରାଙ୍କ ବାପା ମଧ୍ୟ ଜଣେ ପ୍ରଫେସନାଲ ଡ୍ୟାନ୍ସର ଭଳି ନାଚୁଥିବାର ନଜର ଆସିଛନ୍ତି । ଦୁହିଁଙ୍କ ଯୁଗଳବନ୍ଦୀ ଡ୍ୟାନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୋସିଆଲ ମିଡିଆରେ କିଆରାଙ୍କର ଏହି ଭିଡିଓ ଖୁବ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.