Below header

ଶାହରୁଖ୍‌ଙ୍କୁ ନେଇ ସେପ୍ଟେମ୍ବରରେ ହୋଇପାରେ ‘ଧୁମ୍‌ ୪’ର ଘୋଷଣା

ଏବେ ଖବର ଆସୁଛି କି, ବଲିଉଡର କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଖାନ୍‌ ନିଜ କ୍ୟାରିୟର ଗ୍ରାଫକୁ ନେଇ ଚିନ୍ତିତ ରହୁଛନ୍ତି। ‘ଜିରୋ’ର ଅସଫଳତା ପରେ ସେ କେତେକ ଫିଲ୍ମ ମଧ୍ୟ ସାଇନ୍‌ କରି ନାହାନ୍ତି। ତାଙ୍କ କ୍ୟାରିୟରରେ ପୁଣି ଉନ୍ନତି ଆଣିବା ପାଇଁ ଆଦିତ୍ୟ ଚୋପ୍ରା ଖୁବଶୀଘ୍ର ତାଙ୍କୁ ନେଇ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଏମିତିରେ ପୂର୍ବରୁ ଆଦିତ୍ୟ ଶାହରୁଖଙ୍କୁ ନେଇ ‘ଦିଲଓ୍ଵାଲେ ଦୁଲହନିଆଁ ଲେ ଜାଏଗେଁ’, ‘ମୋହବତେଁ’ ଏବଂ ‘ରବ ନେ ବନାଦି ଯୋଡ଼ି’ ଭଳି ସୁପରହିଟ୍‌ ଫିଲ୍ମ କରିସାରିଛନ୍ତି।

ଏହାସହ ପଢ଼ନ୍ତୁ: ‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଆଜି ବି ରୂପରେ କମ୍ ଲାଗୁ ନାହାନ୍ତି

ତେବେ ଏହା ଭିତରେ ଶୁଣିବାକୁ ମିଳୁଛି ଯେ କିଙ୍ଗ ଖାନଙ୍କୁ ନେଇ ସେ ‘ଧୁମ୍‌ ୪’ର ଘୋଷଣା କରିପାରନ୍ତି, ଯେଉଁଥିରେ ଶାହରୁଖ୍‌ ଏକ ନେଗେଟିଭ୍‌ ଭୂମିକାରେ ନଜର ଆସିବେ। ‘ଧୁମ୍‌’ ଫିଲ୍ମରେ ଜନ୍‌ ଆବ୍ରାହମ୍‌, ‘ଧୁମ୍‌ ୨’ରେ ହ୍ରିତିକ୍‌ ରୋଶନ ଓ ‘ଧୁମ୍‌ ୩’ରେ ଅମିର ଖାନ୍‌ ନକରାତ୍ମକ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହା ଦର୍ଶକଙ୍କ ଦ୍ୱାରା ବି ବେଶ୍‌ ଆଦୃତ ହୋଇଥିଲା। ଆଦିତ୍ୟ ଚୋପ୍ରା ଚାହୁଁଛନ୍ତି, ‘ଧୁମ୍‌’ ସିରିଜର ୪ର୍ଥ ଫିଲ୍ମରେ ପରିବର୍ତ୍ତନ ହେଉ ଏବଂ ଏହାର ସ୍ତର ଆହୁରି ଉଚ୍ଚ କରାଯାଉ। ସେପ୍ଟେମ୍ବର ୨୭ରେ ଆଦିତ୍ୟଙ୍କ ବାପା ୟଶ ଚୋପ୍ରାଙ୍କ ଜନ୍ମଦିନ। ଏହି ଦିନ ସେ ‘ଧୁମ୍‌ ୪’ର ଘୋଷଣା କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.