ଏସସିବିରେ ଲୋକାର୍ପିତ ହେଲା ରାଜ୍ୟର ସର୍ବପ୍ରଥମ ମଲିକ୍ୟୁଲାର୍‌ ଲାବୋରେଟିରି, ଏଣିକି କ୍ୟାନସର ଆକ୍ରାନ୍ତଙ୍କୁ ବହୁ ପୂର୍ବରୁ ସୂଚନା ମିଳିପାରିବ

କଟକ ଏସସିବିରେ ମଲିକ୍ୟୁଲାର୍‌ ଲାବୋରେଟିରିକୁ ଲୋକାର୍ପିତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏହା ହେଉଛି ରାଜ୍ୟର ପ୍ରଥମ ମଲିକ୍ୟୁଲାର୍‌ ଲାବୋରେଟିରି । ଏଠାରେ ରକ୍ତ ପରୀକ୍ଷା କରାଯାଇ କ୍ୟାନସର ଆକ୍ରାନ୍ତଙ୍କ ସମ୍ପର୍କରେ ବହୁ ପୂର୍ବରୁ ସୂଚନା ମିଳିପାରିବ । ଫଳରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ରୋଗ ପ୍ରତିରୋଧ କରିପାରିବ ବୋଲି କହିଛନ୍ତି ଡାକ୍ତର । ୟୁନିଟ୍‌ର ଲୋକାର୍ପିତ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ବେସ୍‌ ଉନ୍ନତ । ଆଉ ଯେଉଁ କିଛି ସମସ୍ୟା ଆସୁଛି ସେ ଦିଗ ପ୍ରତି ଦୃଷ୍ଟି ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.