Below header

ଅଣ୍ଡା ମାନେ ମଧ୍ୟ କରନ୍ତି ନିଜ ଭିତରେ କଥାବାର୍ତା, ଜାଣିଲେ ହେବେ ଆଶ୍ଚର୍ଯ୍ୟ..

ପଶୁ କିମ୍ବା ପକ୍ଷୀମାନେ ନିଜ ନିଜ ଭିତରେ କଥା ହୁଅନ୍ତି ବୋଲି ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି ଅଣ୍ଡାମନେ ମଧ୍ୟ ପରସ୍ପର ମଧ୍ୟରେ କଥା ହୁଅନ୍ତି ? ଆଜ୍ଞା ହଁ ଏହା ସମ୍ପୂର୍ଣ ସତ ଅଟେ । ସ୍ପେନର ବିଗୋ ବିଶ୍ଵବିଦ୍ୟାଳୟର ଏକ ରିସର୍ଚ୍ଚରୁ ଏଭଳି ଏକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି ।

ଗବେଷକମାନେ ହଳଦିଆ ପାଦ ଥିବା ପକ୍ଷୀଙ୍କର 90ଟି ଅଣ୍ଡା ଉପରେ ଗବେଷଣା କରିଥିଲେ ଯାହାଦ୍ୱାରା ଜଣାପଡିଥିଲା ଯେ ମା ପକ୍ଷୀ ବିପଦର ସଂକେତ ଦେବା ମାତ୍ରେ ଅଣ୍ଡା ଗୁଡିକ କମ୍ପନ କରି ଜଣେ ଅନ୍ୟ ଜଣଙ୍କୁ ସତର୍କ କରାଇଥାନ୍ତି । ଗବେଷକ ମାନଙ୍କ କହିବା ଅନୁଯାୟୀ ଯେତେବେଳେ ବିପଦର ସଂକେତ ମିଳିଥାଏ ସେତେବେଳେ ଗୋଟିଏ ଅଣ୍ଡା ଅନ୍ୟ ଅଣ୍ଡାଗୁଡିକୁ ସାବଧାନ ହୋଇଯିବା ପାଇଁ କମ୍ପନ ଦ୍ୱାରା ସଂକେତ କରିଥାଏ । ଅଣ୍ଡା ଭିତରେ ଥିବା ଛୁଆମାନେ ବିପଦର ସଂକେତ ପାଇବା ମାତ୍ରେ ଏକ ସ୍ୱରରେ ରାବିଥାନ୍ତି ଏବଂ ଅଣ୍ଡା ଭିତରେ ଥିବା ଏହି ଧ୍ୱନି କମ୍ପନ ରୂପେ ବାହାରକୁ ଆସିଥାଏ । ଯାହାକି ଅନ୍ୟ ଅଣ୍ଡାଗୁଡିକ ପାଇଁ ସଂକେତ ଭଳି କାମ କରିଥାଏ ।

ଗବେଷକମାନେ ଅଣ୍ଡା ଗୁଡିକ ଭିତରେ ହେଉଥିବା କମ୍ପନକୁ ବହୁତ ଗଭୀର ଭାବେ ଅଧ୍ୟୟନ କରିଥିଲେ ଏହାପରେ ସେମାନଙ୍କୁ ପ୍ରକୃତ ଘଟଣା ଜଣାପଡିଥିଲା । ସେମାନଙ୍କ ମତରେ ଏଥିରୁ ସ୍ପଷ୍ଟ ହୋଇଯାଉଛି କି ପକ୍ଷୀମାନଙ୍କର ଅଣ୍ଡା ମଧ୍ୟ ଜଣେ ଅନ୍ୟ ଜଣଙ୍କ ସହ କଥା ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.