Below header

ନେହାଙ୍କ ବିବାହ ଖବର ଶୁଣିବା ପରେ ହିଁ ଆଦିତ୍ୟ ନାରାୟଣ ମଧ୍ୟ କଲେ ଖୁଲାସା, ଏହି ଅଭିନେତ୍ରୀଙ୍କୁ କରିବେ ଜୀବନ ସାଥି

ନିକଟରେ ଇଣ୍ଡିଆନ ଆଇଡଲ ଜଜ୍‌ ଏବଂ ବଲିଉଡ ସିଙ୍ଗର ନେହା କକ୍କର ରୋହନପ୍ରୀତଙ୍କ ସହିତ ନିଜର ରିଲେସନସିପର ଖବର କନଫର୍ମ କରିଦେଇଛନ୍ତି। ଯାହାପରେ ଏବେ ସେ କାଫି ଚର୍ଚ୍ଚାରେ ଅଛନ୍ତି।

adityaaବର୍ତ୍ତମାନ କିନ୍ତୁ ଇଣ୍ଡିଆନ ଆଇଡଲର ହୋଷ୍ଟ ଏବଂ ଖତରୋ କେ ଖିଲାଡି ୯ର ଫାଇନାଲିଷ୍ଟ ଆଦିତ୍ୟ ନାରାୟଣ ମଧ୍ୟ ନିଜ ବିବାହକୁ ନେଇ ଘୋଷଣା କରିଛନ୍ତି। ଆଦିତ୍ୟ ନିଜର ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡ ଏବଂ ଆକ୍ଟ୍ରେସ ଶ୍ୱେତା ଅଗ୍ରଓ୍ଵାଲଙ୍କ ସହିତ ନିଜର ବିବାହକୁ ଖୁଲମଖୁଲା ଘୋଷଣା କରିଛନ୍ତି।

adiityaaaଆଦିତ୍ୟ ଜଣାଇଛନ୍ତି ଯେ ସେ ଚଳିକ ବର୍ଷ ଶେଷ ଅର୍ଥାତ ୨୦୨୦ର ଶେଷ ମାସ ଭିତରେ ଶ୍ୱେତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆଦିତ୍ୟ ୨୦୧୦ରେ ଫିଲ୍ମ ‘ଶାପିତ’ ସେଟଠରେ ଶ୍ୱେତାଙ୍କୁ ଭେଟିଥିଲେ ଏବଂ ସେବେଠାରୁ ହିଁ ଦୁହେଁ ଦୁହିଁଙ୍କୁ ଭଲପାଉଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.