ମେଲ୍‌ ଏବଂ ଏକ୍ସପ୍ରେସ ଟ୍ରେନରେ ହେବ ବଡ ପରିବର୍ତ୍ତନ, କେବଳ ରହିବ ଏସି କୋଚ୍‌

ଆପଣ ଟ୍ରେନରେ ନିଶ୍ଚିତ ଯାତ୍ରା କରିଥିବେ। ପାସେଞ୍ଜର ଛଡା ଏକ୍ସପ୍ରେସ ଟ୍ରେନରେ ନର୍ମାଲ କୋଚ ଏବଂ ଏସି କୋଚ ରହିଥାଏ। ରେଳରେ ଯାତ୍ରା କରୁଥିବା ଅଧିକାଂଶ ଲୋକ ଶୟନ ଶ୍ରେଣୀ ବା ସ୍ଲିପର୍ କ୍ଲାସରେ ଯାତ୍ରା କରନ୍ତି। ଏସି କୋଚରେ ସାଧାରଣତଃ ସମ୍ଭ୍ରାନ୍ତ କିମ୍ବା ଅଧିକ ରୋଜଗାର କରୁଥିବା ଲୋକମାନେ ଯାତ୍ରା କରନ୍ତି । କିନ୍ତୁ ଖୁବ୍ଶୀଘ୍ର ସ୍ଲିପର କ୍ଲାସ୍ ଇତିହାସ ହେବାକୁ ଯାଉଛି। କିଛି ବର୍ଷ ଭିତରେ ଅଧିକାଂଶ ଟ୍ରେନ୍ରୁ ଏଭଳି କୋଚ୍ ସମ୍ପୂର୍ଣ୍ଣ ହଟିଯିବ। ବିଶେଷ କରି ଦେଶରେ ଦୂରଗାମୀ ଯାତ୍ରୀ ସେବା ପ୍ରଦାନ କରୁଥିବା ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ରେ ସ୍ଲିପର୍ କ୍ଲାସ୍ ରହିବ ନାହିଁ।

ଭାରତୀୟ ରେଳ ଏକ ନୂତନ ଯାତ୍ରାରେ ବାହାରିଛି। କେତେକ ଯାତ୍ରୀବାହୀ ଟ୍ରେନ୍ ଓ ଲୋକାଲ୍ ଟ୍ରେନ୍କୁ ବାଦ ଦେଲେ ଅନ୍ୟ ଟ୍ରେନ୍ର ସମସ୍ତ କୋଚ୍ରେ ଏସିର ବ୍ୟବସ୍ଥା ରହିବ। ସାରା ଟ୍ରେନ୍ରେ କେବଳ ଏସି କୋଚ୍ ସଂଯୋଗ ହେବ। ଏହା ରେଳଯାତ୍ରାକୁ ଅଧିକ ଆରାମଦାୟକ କରିବ। କିନ୍ତୁ ଏହି ଟ୍ରେନଗୁଡିକରେ ଯାତ୍ରା କରିବାକୁ ହେଲେ ଯାତ୍ରୀମାନଙ୍କୁ ଟିକଟ ବାବଦରେ ଅଧିକ ଟଙ୍କା ଗଣିବାକୁ ପଡ଼ିବ।

train

ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ସେହି ଯୋଜନା ଅନୁସାରେ ବର୍ତ୍ତମାନ ଚାଲୁଥିବା ସ୍ଲିପର୍ କୋଚ୍ ଭିତରେ ୭୨ ବର୍ଥକୁ ବଦଳାଇ ୮୩ଟି ଏସି ବର୍ଥରେ ପରିଣତ କରାଯିବ। ଏହି ନୂତନ କୋଚ୍ଗୁଡ଼ିକୁ ରେଳବାଇର କପୁରତାଲାରେ ଥିବା କାରଖାନାରେ ନିର୍ମାଣ କରାଯିବ। ସେଗୁଡ଼ିକର ଏବେ ପରୀକ୍ଷଣ ଜାରି ରହିଛି। ଟ୍ରେନ ସମସ୍ତ କୋଚରେ ଏସି ବ୍ୟବସ୍ଥା କରିବା ପରେ ରେଳବାଇ ପକ୍ଷରୁ ଟିକଟ ଦରର ଏକ ନୂତନ ବ୍ୟବସ୍ଥା ବିକଶିତ କରାଯିବ। ଏହି ଟ୍ରେନଗୁଡିକରେ ଟିକଟ ମୂଲ୍ୟ ବର୍ତ୍ତମାନ ଅଣଏସି ସ୍ଲିପର୍ ଟିକଟ୍ ଠାରୁ ସାମାନ୍ୟ ଅଧିକ ଏବଂ ଏସି ଟିକଟ୍ ଠାରୁ କମ୍ ରହିବ।

ରେଳବୋର୍ଡର ଅଧ୍ୟକ୍ଷ ତଥା ସିଇଓ ବିନୋଦ କୁମାର ଯାଦବ କହିଛନ୍ତି, ସ୍ବର୍ଣ୍ଣ ଚତୁର୍ଭୁଜ ସେକ୍ସନରେ ୨୦୨୩ ସୁଦ୍ଧା ପ୍ରାୟ ୧୯୦୦ଟି ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ର ବେଗକୁ ଘଣ୍ଟା ପ୍ରତି ୧୩୦ କିଲୋମିଟରକୁ ବୃଦ୍ଧି କରିବାକୁ ଯୋଜନା ରହିଛି। ୨୦୨୫ ସୁଦ୍ଧା ଟ୍ରେନଗୁଡିକରେ ବେଗ ଘଣ୍ଟା ପ୍ରତି ୧୬୦ କିମିକୁ ବୃଦ୍ଧି ପାଇବ। ଅଧିକ ଦ୍ରୁତ ବେଗରେ ଟ୍ରେନ୍ ଦୌଡ଼ିବା ବେଳେ ଅଣଏସି କୋଚ୍ର ଝରକା ଦେଇ ପବନ ଖୋଲା ଥିବା ଝରକା ବାଟେ ପବନ ପଶିଥାଏ। ଧୂଳିକଣା ମଧ୍ୟ ଭର୍ତ୍ତି ହୋଇଯାଏ। ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.