Below header

ଆରମ୍ଭ ହେଲା ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରୱାଲଙ୍କ ବିବାହ ଉତ୍ସବ, ତିଲକ ଫଙ୍କସନ୍‌ର ଫଟୋ ଭାଇରାଲ

ରାତି ପାହିଲେ ହାତକୁ ଦି’ହାତ ହେବେ କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ। ଡିସେମ୍ବର ୧ରେ ଆଦିତ୍ୟ ନିଜ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ଵାଲଙ୍କୁ ବିବାହ କରିବେ। ଆଦିତ୍ୟଙ୍କ ବିବାହ ପୂର୍ବରୁ ରୀତିନୀତି ଅନୁସାରେ ବିବାହ କର୍ମ ଆରମ୍ଭ ହୋଇଛି। ଆଦିତ୍ୟ ନାରାୟଣଙ୍କ ତିଲକ ବେଳର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଉଭୟ ଆଦିତ୍ୟ ଓ ଶ୍ୱେତା ଖୁସି ଥିବା ଦେଖିବାକୁ ମିଳିଛି।

ଏହି ଫଟୋରେ ଆଦିତ୍ୟ ଓ ଶ୍ୱେତାଙ୍କ ବ୍ୟତୀତ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ତାଙ୍କ ପତ୍ନୀ ଦୀପା ନାରାୟଣ ମଧ୍ୟ ନଜର ଆସିଛନ୍ତି। ତିଲକ ଫଙ୍କସନ୍‌ରେ ଆଦିତ୍ୟ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଶ୍ୱେତା ପିଚ୍‌ କଲରର ଲେହେଙ୍ଗା ପିନ୍ଧିଛନ୍ତି। ଫଟୋରେ ଉଭୟଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡିଂ ଥିବା ଦେଖିବାକୁ ମିଳିଛି।

 

View this post on Instagram

 

A post shared by @adiholic_shwetaholic

ଆଉ ଏକ ଫଟୋରେ ଶ୍ୱେତା, ଉଦିତ୍‌ ନାରାୟଣଙ୍କ ସହ ପୋଜ୍‌ ଦେଉଥିବା ଦେଖାଯାଇଛି। ଏହି ଫଟୋରେ ଆଦିତ୍ୟ ନିଜ ମା’ଙ୍କ ପାଖରେ ଠିଆ ହୋଇଛନ୍ତି। ଏହା ବ୍ୟତୀତ ଫଙ୍କ୍‌ସନ୍‌ର ଆଉ କେତେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସବୁଥିରେ ଶ୍ୱେତା ଓ ଆଦିତ୍ୟ ଏକାଠି ଥିବା ନଜର ଆସିଛନ୍ତି।

ପ୍ରକାଶ ଯେ, ପୂର୍ବରୁ ଆଦିତ୍ୟ କହିଥିଲେ ସେମାନେ ଡିସେମ୍ବର ୧ରେ ବିବାହ କରୁଛନ୍ତି। କରୋନା କଟକଣାକୁ ଦୃଷ୍ଟିରେ ରଖି ବିବାହରେ ମାତ୍ର ୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ତାଲିକାରେ ମୁକେଶ ଅମ୍ବାନୀ ଓ ନରେନ୍ଦ୍ର ମୋଦି ଯୋଗ ଦେବା କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.