କାର୍ତ୍ତିକ ଆର୍ଯ୍ୟନଙ୍କ ପରେ କରୋନା କବଳରେ ଆଦିତ୍ୟ ରୟ କପୁର, ଫିଲ୍ମର କରିଥାନ୍ତେ ପ୍ରମୋସନ

କାର୍ତ୍ତିକ ଆର୍ଯ୍ୟନଙ୍କ ପରେ ପୁଣି ଜଣେ ଅଭିନେତା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଦିତ୍ୟ ରୟ କପୁର କରୋନା ସଂକ୍ରମିତ ହୋଇଥିବା ଖବର ନିଜେ ସେୟାର କରିଛନ୍ତି। ଅଭିନେତାଙ୍କ ପାଖରେ କେରୋନାର ସାମାନ୍ୟ ଲକ୍ଷଣ ଥିବା ଜଣାପଡିଛି।

ଖବର ମୁତାବକ, ଆଦିତ୍ୟ ରାୟ କପୁର ନିଜ ଫିଲ୍ମ ‘ଓମ୍ ଦ ବ୍ୟାଟେଲ ଓ୍ବିଥଇନ’ର ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତେ। କିନ୍ତୁ ଅଭିନେତାଙ୍କୁ କରୋନା ସଂକ୍ରମିତ ହେବା ପରେ ଏହାକୁ ରିସିଡ୍ୟୁଲ କରାଯାଇଛି। ଫତଲ୍ମର ମୋସନ ପୋଷ୍ଟର ଲଞ୍ଚ କରାଯାଇଛି। ଫିଲ୍ମର ମେକର୍ସଙ୍କ ପକ୍ଷରୁ ଖୁବଶୀଘ୍ର ଟ୍ରେଲର ଲଞ୍ଚ କରାଯିବ ବୋଲି ମଧ୍ୟ ସୂଚନା ରହିଛି।

 

View this post on Instagram

 

A post shared by @adityaroykapur

ଆଦିତ୍ୟ ରୟ କପୁର ଗତକିଛିଦିନ ତଳେ ‘ଓମ ଦ ବ୍ୟାଟେଲ ଓ୍ଵିଦଇନ’ ଫିଲ୍ମର ମୋସନ ପୋଷ୍ଟର ଲଞ୍ଚ କରିଥିଲେ। ଯେଉଁଥିରେ ଆଦିତ୍ୟ ହାତରେ ବନ୍ଧୁକ ଧରିଥିବା ନଜର ଆସିଥିଲେ। ଫିଲ୍ମରେ ଆଦିତ୍ୟଙ୍କ ସହିତ ସଞ୍ଜନା ସାଙ୍ଘୀ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହାଛଡା ପ୍ରକାଶ ରାଜ, ଆଶୁତୋଷ ରାଣା ଏବଂ ଜ୍ୟାକି ଶ୍ରଫ ମଧ୍ୟ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା କପିଲ ଶର୍ମା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.