ବିବାହର ୪ ମାସ ପରେ ମାତାପିତା ହେଲେ ନୟନତାରା-ବିଗ୍ନେଶ : ଘରକୁ ଆସିଲେ ଯମଜ ସନ୍ତାନ

ବିବାହର ମାତ୍ର ୪ ମାସ ପରେ ଯମଜ ସନ୍ତାନର ମାତା-ପିତା ହୋଇଛନ୍ତି ସାଉଥ ସୁପରଷ୍ଟାର ନୟନତାରା ଏବଂ ବିଗ୍ନେଶ ଶିବନ । ସୋସିଆଲ ମିଡିଆ ମାଧ୍ୟମରେ ଉଭୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଦମ୍ପତି ସରୋଗେସି ମାଧ୍ୟମରେ ସେମାନଙ୍କର ଯମଜ ଶିଶୁଙ୍କୁ ଏହି ଦୁନିଆକୁ ସ୍ବାଗତ କରିଛନ୍ତି। ବିଗ୍ନେଶ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ନୟନତାରା ଏବଂ ବିଗ୍ନେଶ ତାଙ୍କ ନବଜାତ ଶିଶୁଙ୍କ ପାଦକୁ ଚୁମ୍ବନ ଦେଉଥିବା ଦେଖାଯାଇଛି। ଏହି ପୋଷ୍ଟ ପରଠାରୁ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବହୁ ସଂଖ୍ୟାରେ ଲୋକ ଆସିଛନ୍ତି।
ଫଟୋରେ କେବଳ ତାଙ୍କର ଛୋଟ ପାଦ ଦେଖାଯାଉଛି। ଏହା ସହିତ ସେ ତାଙ୍କର ଦୁଇ ସନ୍ତାନର ନାମ ମଧ୍ୟ ଦେଇଛନ୍ତି। ଏହି ଅବସରରେ ଟ୍ୱିଟରରେ ବିଗ୍ନେଶ ଲେଖିଛନ୍ତି, ‘ନୟନ ଏବଂ ମୁଁ ଆମ୍ମା-ଆପା ହୋଇଗଲୁ। ‘ଆମର ଯାଆଁଳା ଶିଶୁ ହୋଛି। ଆମର ସମସ୍ତ ପ୍ରାର୍ଥନା, ପିତୃପୁରୁଷଙ୍କ ଆଶୀର୍ବାଦ ସହିତ, ଆମେ ଉଭୟ ପିଲାଙ୍କୁ ସୁସ୍ଥ ରୂପରେ ପାଇଛୁ । ଉଇର ଏବଂ ଉଲଗମ ପାଇଁ ତୁମର ପ୍ରାର୍ଥନା ଆବଶ୍ୟକ।
View this post on Instagram
ନିକଟରେ ନୟନତାରାଙ୍କ ଗର୍ଭଧାରଣ ଖବର ସାମ୍ନାକୁ ଆସିଥିଲା । ଅଭିନେତ୍ରୀ କିଛି ଛୋଟ ପିଲାଙ୍କ ସହ ସମୟ ଅତିବାହିତ କରୁଥିବା ଦେଖାଯାଇଥିଲା । ଏହାର ଫଟୋ ବିଗ୍ନେଶ ଶେୟାର କରିବା ସହ ଭବିଷ୍ୟତ ପାଇଁ ନୟନତାରା ଅଭ୍ୟାସ କରୁଥିବା ଲେଖିଥିଲେ । ଏହି ଷ୍ଟାର ଦମ୍ପତି ଶୀଘ୍ର ସନ୍ତାନ ଚାହୁଁ ନଥିବା ଖବର ମଧ୍ୟ ଚର୍ଚ୍ଚା ହୋଇଥିଲା ।ପ୍ରଥମେ ଏକ ଫିଲ୍ମର ଶୁଟିଂ ସେଟ୍ରେ ସେମାନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପରେ ଏକ ପୁରସ୍କାର ବିତରଣ ଉତ୍ସବରେ ସେମାନେ ନିଜ ସଂପର୍କକୁ ଅଫିସିଆଲ୍ କରିଥିଲେ।
ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ରିଲେସନସିପରେ ରହିବା ପରେ ଗତ ଜୁନ ମାସ ୯ ତାରିଖରେ ନୟନତାରା-ବିଗ୍ନେଶ ବିବାହ କରିଥିଲେ । ଅଭିନେତ୍ରୀ-ଡାଇରେକ୍ଟର ଯୋଡ଼ିଙ୍କୁ ଫ୍ୟାନ୍ସ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ସେମାନଙ୍କର ଗ୍ରାଣ୍ଡ ବିବାହରେ ଶାହରୁଖ ଖାନ୍ଙ୍କ ଠାରୁ ଆରମ୍ଭ କରି ଅନେକ ତାମିଲ ଅଭିନେତା ସାମିଲ ହୋଇଥିଲେ। ଆଗକୁ ନୟନତାରା କିଙ୍ଗ ଖାନ ଶାହରୁଖ ଖାନଙ୍କ ସହିତ ପରଦାରେ ଦେଖାଦେବେ।