ବିଗ୍‌ବସ୍‌ ପରେ ପୁଣି ଏକାଠି ରୋମାନ୍ସ କରିବେ ‘ସିଦ୍ଧନାଜ୍‌’, ଭାଇରାଲ ହେଉଛି ଭିଡିଓ

ବିଗ୍‌ବସ୍‌ ୧୩ ଶେଷ ହେବା ପରେ ପ୍ରଶଂସକ ସିଦ୍ଧାର୍ଥ ଶୁକ୍ଲା ଏବଂ ସେହନାଜ ଗିଲଙ୍କ କମ୍‌ବ୍ୟାକ କରିବାକୁ ଦାବି କରୁଛନ୍ତି। ଏହାସହିତ ଶେହନାଜଙ୍କ ସ୍ୱୟଂମ୍ବର ଶୋ ‘ମୁଝସେ ଶାଦି କରୋଗୀ’କୁ ମଧ୍ୟ ବଏକଟ୍‌ କରିବା ପାଇଁ ଦାବି କରୁଛନ୍ତି ପ୍ରଶଂସକ। କିନ୍ତୁ ଆପଣ ଯଦି ଏହି ଦୁଇ କଳାକାରଙ୍କ ରୋମାନ୍ସ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଦୁହେଁ ଖୁବଶୀଘ୍ର ପରଦାକୁ ଏକାଠି ଫେରିବାକୁ ଯାଉଛନ୍ତି।

sidnaz 1

ସିଦ୍ଧାର୍ଥ ଏବଂ ଶେହନାଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏହି ଫଟୋ ‘ମିର୍ଚି ମ୍ୟୁଜିକ ଆଓ୍ଵାର୍ଡ ୨୦୨୦’ର ରହିଛି। ଯେଉଁଥିରେ ଡ୍ୟାନ୍ସ କରିବା ପାଇଁ ସିଦ୍ଧାର୍ଥ ଏବଂ ଶେହନାଜ ପ୍ରସ୍ତୁତି ଚଳାଇଛନ୍ତି। ଏହି ଆଓ୍ଵାର୍ଡ ଶୋରେ ଦୁହେଁ ଫିଲ୍ମ କବୀର ସିଂର ଏକ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିବେ। ଯାହାର ଭିଡିଓ ଭାଇରାଲ ହେଉଛି। ଦୁହିଁଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଫ୍ୟାନ ଦେଖିବାକୁ ପାଇଛନ୍ତି। ସିଦ୍ଧାର୍ଥ ଶେହନାଜ ସହିତ ଫଟୋକୁ ଟ୍ୟାଗ୍‌ କରି ଲେଖିଛନ୍ତି, ‘ ପୁଣି ଥରେ ଏକାଠି ଆମେ ଦୁହେଁ’। ଯାହାର ଉତ୍ତରରେ ଶେହନାଜ ଲେଖିଛନ୍ତି ‘ସିଦ୍ଧନାଜ୍‌’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.