Below header

ବିଗ ବସ ପ୍ରତିଯୋଗୀ ଆସୀମଙ୍କ ଜବରଦସ୍ତ ଫ୍ୟାନ, ତାଙ୍କର ଟିକେ ଲୁକ ପାଇବା ପାଇଁ କଲେ ପିଛା ୨୦ କିମି

ବିଗ ବସ ୧୩ରେ ଷ୍ଟାର ଆସୀମଙ୍କ ପ୍ରଶଂସକ ମାନଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ବିଗବସରେ ଭାଗ ନେବା ପରେ ତାଙ୍କ ନିକଟକୁ ଦମଦାର ଅଫର ବି ଆସିବାରେ ଲାଗିଛି । କିନ୍ତୁ ତାଙ୍କ ପାଇଁ ଫ୍ୟାନ୍ସ ମାନେ ବି ଏମିତି ପାଗଳ ହୋଇପାରନ୍ତି ସେ ଦୃଶ୍ୟ ଆପଣ ନିଜେ ନଦେଖିଲେ ହୁଏତ ବିଶ୍ୱାସ କରିବେ ନାହିଁ । ବିଗ ବସର ବିଜେତା ନ ହୋଇ ବି ରନର୍ସ ଅଫ ହିସାବରେ ଆସୀନ ଖୁବ ଲୋକପ୍ରିୟତା ହାସଲ କରି ସାରିଲେଣି । ନିକଟରେ ହିଁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଗୋଟେ ଦିନ ଆସୀନ ନିଜ କାର ଯୋଗେ ଯାଉଥିଲେ । ଠିକ ଏହି ସମୟରେ ଦୁଇ ଜଣ ଫ୍ୟାନ୍ସ ବାଇକ ଯୋଗେ ୨୦ କିଲୋମିଟର ପର୍ଯ୍ୟନ୍ତ ତାଙ୍କ ପିଛା କରିଥିଲେ ।

asin riaz

ଏହି ଘଟଣା ଆସୀମଙ୍କ ନଜରକୁ ଆସିବା ପରେ ସେ ତୁରନ୍ତ ନିଜ ଗାଡି ଅଟକାଇଥିଲେ ଓ ନିଜ ଦୁଇ ଫ୍ୟାନ୍ସଙ୍କ ସହ ଦେଖା କରିଥିଲେ । ଦୁଇ ଫ୍ୟାନ୍ସ ମଧ୍ୟ ଆସୀନଙ୍କ ସହ ସେଲ୍ଫି ନେଇଥିବା ଜଣାଯାଇଛି । ଆସୀମଙ୍କ ସହ ଫ୍ୟାନ୍ସଙ୍କର ଏକ ଭିଡିଓ ବି ସାମ୍ନାକୁ ଆସିଛି । ଭିଡିଓ ଟିରେ ଆସୀମ ଓ ତାଙ୍କ ପ୍ରଶଂସକ ଉଭୟେ ଖୁବ ଖୁସି ଥିବା ନଜର ଆସିଥିଲେ । କହି ରଖିବା ଉଚିତ କି ଗତ ଫେବୃଆରୀ ୧୫ ତାରିଖରେ ହିଁ ବିଗବସ ୧୩ ର ଫାଇନାଲ ରେଜଲ୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା ବିଜେତା ଭାବେ ବି ଘୋଷିତ ହୋଇଥିଲେ ।

ବିଗବସ ଘରୁ ବାହାରିବା ପରେ ଆସୀମଙ୍କୁ ଅନେକ ଅଫର ମାନ ଆସିବାରେ ଲାଗିଛି । ଖୁବ ଶୀଘ୍ର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫାରଡାନବିଶଙ୍କ ସହ ଏକ ମ୍ୟୁଜିକ ଭିଡିଓରେ ବି ନଜର ଆସିବେ । ଏହାର ସୁଟିଂ ଅଷ୍ଟ୍ରେଲିଆରେ କରାଯିବ ବୋଲି ଏକ ଖବର ପ୍ରକାଶ ପାଇଛ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.