Below header

୩୮ ବର୍ଷ ବୟସରେ ବି ଜିମ୍‌ରେ ଭୟଙ୍କର ଷ୍ଟଣ୍ଟ୍‌ କଲେ ଧୋନୀ, ଭିଡିଓ ହେଲା ଭାଇରାଲ

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଲମ୍ବା ସମୟରୁ କ୍ରିକେଟ୍‌ଠୁ ଦୂରେଇ ଅଛନ୍ତି। ଆଉ ସେପଟେ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଖବର ମୁତାବକ, ଧୋନୀ ୨ ମାର୍ଚ୍ଚରୁ ଚେନ୍ନାଇ ସୁପର କିଙ୍ଗ୍‌ସ କ୍ୟାମ୍ପ୍‌ରେ ଯୋଡ଼ିହେବେ। ବର୍ତ୍ତମାନ ସେ ରାଞ୍ଚିରେ ଅଛନ୍ତି।

ମଙ୍ଗଳବାର ଏଠାରେ ଧୋନୀ ଜେଏସ୍‌ସିଏ ଷ୍ଟାଡିୟମ୍‌ରେ ପ୍ରାକ୍ଟିସ୍‌ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ଜିମ୍‌ ଯାଇ କସରତ କରିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଧୋନୀ ଜିମ୍‌ରେ ଜବରଦସ୍ତ ଷ୍ଟଣ୍ଟ୍‌ କରୁଥିବା ଦେଖାଯାଉଛି।

d11

ଧୋନୀ କଳା ରଙ୍ଗର ପ୍ୟାଣ୍ଟ ଏବଂ ଟି-ଶାର୍ଟ ପିନ୍ଧିଥିବା ନଜର ଆସୁଛନ୍ତି। ତାଙ୍କ ସାମ୍ନାରେ ଏକ ବକ୍ସ ରଖାଯାଇଛି, ଯାହା ଉପରକୁ ସେ କୁଦା ମାରି ବସୁଛନ୍ତି। ଫ୍ୟାନ୍‌ମାନେ ଭିଡିଓରେ କମେଣ୍ଟ୍‌ ମଧ୍ୟ ଦେଇଛନ୍ତି। ଜଣେ ଫ୍ୟାନ୍‌ ଲେଖିଥିଲେ, ‘୩୮ ବର୍ଷ ବୟସରେ ବି ଧୋନୀଙ୍କ ଫିଟ୍‌ନେସ ବହୁତ ବଢ଼ିଆ ରହିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.