Below header

ଖେଲୋ ଇଣ୍ଡିଆରେ ଓଡ଼ିଶାକୁ ସ୍ୱର୍ଣ୍ଣ, ଦଳଗତ ପୁରୁଷ ତୀରନ୍ଦାଜ ରିକର୍ଭରେ କିଟ୍‌ ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣ ପଦକ ହାସଲ

ଭୁବନେଶ୍ବର(କେନ୍ୟୁଜ୍): ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ । ଏହି ସଫଳତା ପାଇଛି କିଟ୍‌ ବିଶ୍ୱବିଦ୍ୟାଳୟ । ଦଳଗତ ପୁରୁଷ ତୀରନ୍ଦାଜ ରିକର୍ଭରେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ଟିମରେ ଅଛନ୍ତି କିଟ୍‌ ଛାତ୍ର ରଞ୍ଜିତ ନାୟକ, ସୂର୍ଯ୍ୟମଣି ମାଝୀ ଓ ଶ୍ରବଣ କୁମାର ମାଡାଙ୍ଗୀ । ଆଜି ପ୍ରଥମ ମେଡାଲ ଭେଟି ଦେଇଥିଲେ କିଟ୍‌ ବିଶ୍ୱବିଦ୍ୟାଳୟର ତୀରନ୍ଦାଜ ଖେଳାଳି ରଞ୍ଜିତ ନାୟକ । ଆର୍ଚେରୀ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।  ପରେ ଭାରୋତ୍ତୋଳନରେ ମେଡାଲ୍‌ ଦେଇଥିଲେ କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ର କୁମ୍ଭେଶ୍ୱର ମଲ୍ଲିକ । ସେ ୫୫ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ବିଶ୍ୱବିଦ୍ୟାଳୟ ମୋଟ୍‌ ୩ଟି ପଦକ ହାତେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.