Below header

କୌଣସି ଗମ୍ଭୀର ରୋଗ ନା ସୁଟିଂ ସେଟରେ ଆଘାତ ପାଇଛନ୍ତି ସନି ଲିଓନୀ, କଣ ହେଇଛି ସନିଙ୍କ ପିଠି ?

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି। ସନି ଲିଓନୀଙ୍କ ଫ୍ୟାନ୍ସ ଯେତେବେଳେ ନିକଟରେ ଭାଇରାଲ ହେଉଥିବା ସନି ଲିଓନୀଙ୍କ ଏକ ଫଟୋ ଦେଖିଲେ ସେତେବେଳେ ସେମାନେ ଭୟ କରିଯାଇଥିଲେ। କାହିଁକି ନା ଭାଇରାଲ ହେଉଥିବା ଫଟୋରେ ସିନ ଲିଓନୀଙ୍କ ପିଠିରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କ ପିଠିର ଚମଡା ଖସି ପଡିଛି।

ଯେମିତି ସୋସିଆଲ ମିଡିଆରେ ସନି ଲିଓନୀଙ୍କ ପିଠିରେ ଏହି ଆଘାତ ସାମ୍ନାକୁ ଆସିଲା ସେତେବେଳେ ତାଙ୍କର କିଛି ଫ୍ୟାନ୍ସ ଡରିଯାଇଥିଲେ। ସେମାନେ ଭୟ କରି ପ୍ରଶ୍ନ ମଧ୍ୟ କଲେ କଣ ସିନ ଲିଓନୀ ଅସୁସ୍ଥ ଅଛନ୍ତି ନା ତାଙ୍କୁ ସୁଟିଂ ସେଟରେ ଆଘାତ ଲାଗିଛି। କିନ୍ତୁ କିଛି ସମୟ ପରେ ନିଜେ ସନି ଲିଓନୀ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି।

sunniସୋସିଆଲ ମିଡିଆରେ ସନି ଲିଓନୀ ସେୟାର କରିଥିବା ଭିଡିଓରେ ସନି ପିଠିରେ ମେକଅପ୍‌ କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ମେକଅପ ଆର୍ଟିଷ୍ଟ ସନିଙ୍କ ପିଠିରେ ଆର୍ଟିଫିସିଆଲ୍‌ ସ୍କିନ୍‌ ଲଗାଉଛନ୍ତି। ସନି ଲିଓନୀ ଏହି ଭିଡିଓକୁ ପୋଷ୍ଟ କରି ପଶୁ ବା ଜୀବଜନ୍ତୁମାନଙ୍କୁ କ୍ଷତି ନ ପହଁଚାଇବାକୁ ସନ୍ଦେଶ ଦେଉଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସନି ଲିଓନୀ ପାଇଁ ଭିଡିଓ ସୁଟ୍‌ କରିଛନ୍ତି ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓଟି ପେଟା ଭିଡିଓର ବିହାଇଣ୍ଡ ସିନର ସୁଟିଂ ଅଟେ। ଏହି ଭିଡିଓ ସହିତ ସନି ଲିଓନୀ କ୍ୟାପସନରେ ଲେଖିଛନ୍ତି, ‘ଏତେ ମାତ୍ରାର ଅଦ୍ଭୁତ ଭେବନ ଜୋତେ, ବ୍ୟାଗ ଏବଂ ଜ୍ୟାକେଟ ବାଛିବା ପାଇଁ। ପର୍ଯାବରଣକୁ କ୍ଷତି ପହଁଚାଇବା ଏବଂ କୌଣସି ଜିନିଷକୁ ପାଇବା ପାଇଁ ପଶୁ ପକ୍ଷୀଙ୍କୁ ହତ୍ୟା କରିବାର କୌଣସି କାରଣ ନଥାଏ।

ସନି ଲିଓନୀଙ୍କ ଫିଲ୍ମ ଏବଂ କ୍ୟାରିୟର ବିଷୟରେ କହିବା ତ ସନି ଲିଓନି ୨୦୧୨ରେ ଫିଲ୍ମ ଜିସ୍ମ୨ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ସନିଙ୍କୁ ବହୁତ ଫିଲ୍ମ କରିବାକୁ ଅଫର ମିଳିଲା। ଏହା ପରେ ପରେ ତାଙ୍କୁ ଅନେକ ଫିଲ୍ମ ଏବଂ ଆଇଟମ ନମ୍ବର୍ସରେ ମଧ୍ୟ ଦେଖିବାକୁ ମିଳିଛି। ସନିଙ୍କୁ ବହୁତ ଜଲଦି ଫିଲ୍ମ ‘କୋକା କୋଲା’, ‘ରଙ୍ଗୀଲା’ ଏବଂ ‘ବୀରମାଦେବୀ’ରେ ନଜର ଆସିବେ। ସନି ଲିଓନୀଙ୍କୁ ବିଗ ବସରେ ମଧ୍ୟ ଦେଖିବାକୁ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.