ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି, ଅଭିଯୁକ୍ତକୁ ଧରିଲା ପୋଲିସ

ବେଙ୍ଗାଲୁରୁ: ଧରା ପଡିଲା ଯୁବତୀଙ୍କୁ ଗୁଳିକରିଥିବା ଯୁବକ।  ଗତକାଲି ରାତିରେ ବେଙ୍ଗାଲୁରୁ ମୋନେକୁଲଲ ଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଏକ  ଯୁବକଙ୍କ ଗୁଳି ମାଡରେ ଜଣେ ଓଡ଼ିଆ ଯୁବତୀ ଗୁରୁତର ହୋଇଥିଲେ । ଗୁରୁତର ଯୁବତୀ ଜଣକ ହେଲେ ଓଡ଼ିଶାର ଶୁଭଶ୍ରୀ ପ୍ରିୟଦର୍ଶନୀ(୨୫)। ସେ ବେଙ୍ଗାଲୁରୁରେ ୨ବର୍ଷ ହେବ NIMHANS ମେଡିକାଲରେ କାର୍ଯ୍ୟରତ କରିଆସୁଥିଲେ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସେ ଡିଉଟି ସାରି ରହୁଥିବା ଅପାର୍ଟମେଂଟକୁ ଫେରିଥିଲେ । ସେହି ସମୟରେ ରୁମ ସମ୍ମୁଖରେ ତାଙ୍କ ଉପରକୁ ଜଣେ ଯୁବକ ଗୁଳିମାଡ଼ କରିଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ପଡୋଶୀ ଧାଇଁ ଆସିଥିଲେ । ଫଳରେ ଯୁବକ ଜଣଙ୍କ ବନ୍ଧୁକ ଟିକୁ ସେଠାରେ ପକାଇଦେଇ ଫେରାର ହୋଇଯାଇଥିଲା। ତେବେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ସହ ଯୁବତୀ ଜଣଙ୍କ ଏକ ଘରୋଇ ମେଡିକାଲକୁ ନେଇଯାଇଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଗୁଳିମାଡ଼ କରିଥିବା ଯୁବକ ଜଣଙ୍କ ଓଡ଼ିଆ  ଓ ତାର ନାମ ଅମରେନ୍ଦ୍ର ବୋଲି ସୂଚନା ମିଳିଛି । ତେବେ ଦିନ 3 ଟରେ ବେଙ୍ଗାଲୁରୁ ମାରଥଲି ପୋଲିସ ଅଭିଯୁକ୍ତ ଅମରେନ୍ଦ୍ର ପଟ୍ଟନାୟକକୁ ଗିରଫ କରିଛି ।  ଅମରେନ୍ଦ୍ର ସଫ୍ଟୱେର ଇଂଜିନିୟର ଭାବେ ବେଙ୍ଗାଲୁରୁରେ କାର୍ଯ୍ୟରତ ଅଛନ୍ତି ।ତେବେ କାହିଁକି ଗୁଳିମାଡ଼ କଲେ ତାହା ଅସ୍ପଷ୍ଟ ଥିବା ସହ ଯୁବକ ଜଣକୁ ପଚରାଉଚରା କଲେ ସବୁ ତଥ୍ୟ ଜଣାପଡିବ ବୋଲି ପୋଲିସ୍ କିହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.