ମିଳିଥିବା ନିମନ୍ତ୍ରଣ କାର୍ଡରେ ହୋଇଥିଲା ଏହି ବଡ ଭୁଲ୍, ପୁଣି ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଲେ ଦୀପିକା

ବଲିଉଡ୍ ଆକ୍ଟ୍ରେସ୍ ଦିପିକା ପାଦୁକୋଣ ଏକ ଆଥଲେଟ୍ ପରିବାରୁ ଆସିଛନ୍ତି । ଆପଣ ସମସ୍ତେ ଜାଣିଥିଲେ ଦୀପିକାଙ୍କ ପିତା ପ୍ରକାଶ ପାଦୁକୋଣ ପ୍ରସିଦ୍ଧ ପୂର୍ବ ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଅଟନ୍ତି । ଏଥିପାଇଁ ଦିପିକାଙ୍କର ସର୍ବଦା ଖେଳ ପ୍ରତି ରୁଚି ରହିଆସିଛି ।ନିକଟରେ ଦୀପିକା ଏବଂ ଭଉଣୀ ଅନିଶାଙ୍କୁ ୱିମ୍ବଲଡନ ଟେନିସ୍ ଚ୍ଯାମ୍ପିୟନସିପ୍ ଦେଖିବା ପାଇଁ ନିମନ୍ତ୍ରଣ ପତ୍ର ମିଳିଥିଲା । ଯାହାକୁ ପାଇବା ପରେ ଦୀପିକା ଖୁସି ବ୍ୟକ୍ତ କରିଥିଲେ ଏବଂ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଉକ୍ତ ନିମନ୍ତ୍ରଣ କାର୍ଡଟିକୁ ସେୟାର କରିଥିଲେ ।

invitationକିନ୍ତୁ ଏହି କାର୍ଡ ଟିରେ ହୋଇଥିବା ଏକ ବଡ ଭୁଲ୍ ୟୁଜର୍ସଙ୍କ ଆଖିରେ ପଡିଯାଇଥିଲା । ଯାହାଫଳରେ ୟୁଜର୍ସ ଏହାକୁ ନେଇ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । କଥାଟି ହେଉଛି କି, ଉକ୍ତ କାର୍ଡଟିରେ Ms Deepika Padukone ଲେଖା ହୋଇଛି । ଯେହେତୁ ଦୀପିକା ବିବାହ କରିସାରିଲେଣି ତେଣୁ ସେଠାରେ Mrs Deepika Padukoneଲେଖା ହେବା ଦରକାର ଥିଲା ବୋଲି ୟୁଜର୍ସ ମାନେ ମତବ୍ୟକ୍ତ କରିଛନ୍ତି ।

ଏହାସହ ପଢନ୍ତୁ : ଆପଣ ଖାଇଛନ୍ତି କି, ଦିପିକା ପାଦୁକୋଣଙ୍କ ମିଲ୍ସ ଥାଳି ?

dipikaଏତେ ବଡ ଭୁଲ୍ ହୋଇଥିବା ନେଇ ୟୁଜର୍ସ ମାନଙ୍କ ଭିତରେ ଦୀପିକା ପାଦୁକୋଣଙ୍କୁ ନେଇ ମଜାକ୍ କରିବା ଆରମ୍ଭ ହୋଇଯାଇଛି । ନିକଟରେ ମଧ୍ୟ ଦୀପିକାଙ୍କର ଏକ ଫଟୋ ସୁଟ୍ ହୋଇଥିଲା ଯାହାର ମେକଅପ୍ ୟୁଜର୍ସଙ୍କୁ ପସନ୍ଦ ଆସିନଥିଲା । ଯେଉଁଥି ପାଇଁ ଦୀପିକା ଟ୍ରୋଲ୍ ର ଶିକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.