Below header

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି, ଆଜି ପୁଣି ବସିବ ବିଧାନସଭାର ମୌସୁମୀ ଅଧିବେଶନ

କର୍ଣ୍ଣାଟକ(କେନ୍ୟୁଜ୍): କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ଆଜି ପୁଣି ବସିବ ବିଧାନସଭାର ମୌସୁମୀ ଅଧିବେଶନ। କର୍ଣ୍ଣାଟକ ରାଜନୀତିର ସଙ୍କଟମୋଚକ କୁହାଯାଉଥିବା ଡିକେ ଶିବକୁମାର କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ବଞ୍ଚାଇବାକୁ ଜୋରଦାର ପ୍ରୟାସ ଚଲାଇଛନ୍ତି। କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ମାନଭଞ୍ଜନ ପାଇଁ ଅହରହ ଉଦ୍ୟମ ଜାରି ରହିଛି। ପୂର୍ବରୁ ଇସ୍ତଫା ପ୍ରତ୍ୟାହାର ପାଇଁ ରାଜି ହୋଇଥିବା ବିଦ୍ରୋହୀ ବିଧାୟକ କେଟିଏମ ନାଗରାଜ ପୁଣି ବିଜେପି ଶିବିରରେ ଦେଖାଯାଇଥିବାରୁ ସଂଶୟ ଲାଗିରହିଛି।

karnatakaସେପଟେ ସରକାରକୁ ସଂକଟରୁ ରକ୍ଷା କରିବାକୁ ଆସ୍ଥା ଭୋଟ୍‌ ପାଇଁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ତେବେ ବର୍ତ୍ତମାନ ସୁଦ୍ଧା ବାଚସ୍ପତି କୌଣସି ନିଷ୍ପତ୍ତି ନେଇନାହାନ୍ତି। ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଏଥିରେ ପରବର୍ତ୍ତୀ ରଣନୀତି ନେଇ କାର୍ଯ୍ୟପନ୍ଥା ପ୍ରସ୍ତୁତ ହେବ। ଦଳ କହିଛି, ଆସ୍ଥା ଭୋଟ ହେଲେ ସବୁ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ ଦେବେ। ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ କୁମାରସ୍ୱାମୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିଜେପି ରାଜ୍ୟ ସଭାପତି ବି. ଏସ୍‌. ୟେଦିୟୁରପ୍ପା। କର୍ଣ୍ଣାଟକରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ବିଜେପି, କଂଗ୍ରେସ ଓ ଜେଡିଏସ୍‌ ନିଜ ନିଜ ସପକ୍ଷରେ ସମର୍ଥନ ଜୁଟାଇବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.