ରଶ୍ମିକା-କ୍ୟାଟଙ୍କ ପରେ ଡିପଫେକର ଶିକାର ହେଲେ ଆଲିଆ ଭଟ୍ଟ, ଭିଡିଓ ଭାଇରଲ

ଡିପ୍‌ଫେକର ଶିକାର ହେଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସ୍ପଷ୍ଟଭାବେ ଦେଖିବାକୁ ମିଳିଛି କି, କିଭଳି ଆଲିଆଙ୍କ ଚେହେରାକୁ ଏଡିଟ୍‌ କରାଯାଇଛି । ପ୍ରଥମେ ରଶ୍ମିକାଙ୍କର ତା’ ପରେ କ୍ୟାଟ୍ରିନା, କାଜୋଲ ଏବଂ ସାରା ତେନ୍ଦୁଲକରଙ୍କ ନାମ ସାମିଲ ହୋଇଥିଲା ।

ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ, କାଜୋଲ ଏବଂ ସାରା ତେନ୍ଦୁଲକରଙ୍କ ପରେ ଡିପ୍‌ଫେକର ଶିକାର ହେଲେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସ୍ପଷ୍ଟଭାବେ ଦେଖିବାକୁ ମିଳିଛି କି, କିଭଳି ଆଲିଆଙ୍କ ଚେହେରାକୁ ଏଡିଟ୍‌ କରାଯାଇଛି । ଏହା ସହିତ AI ବ୍ୟବହାରକୁ ନେଇ ଥିବା ଆଶଙ୍କା ଚିନ୍ତା ବଢ଼ାଇବାରେ ଲାଗଛି ।

ଏହି ଭିଡିଓରେ ଜଣେ ଯୁବତୀ ଏକ ଫୁଲପକା ପୋଷାକ ପିନ୍ଧଛନ୍ତି । ସେଥିରେ ଆଲିଆଙ୍କ ମୁହଁ ଯୋଡ଼ା ଯାଇଛି । ସେ କ୍ୟାମେରାକୁ ଚାହିଁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି । ଅବଶ୍ୟ ଏହା ଆଲିଆଙ୍କର ଫଟୋ ନୁହେଁ ଏବଂ ଅନ୍ୟ ଜଣେ ଝିଅର ବୋଲି ସୋସିଆଲ ମିଡିଆ ୟୁଜର୍ସ ବୁଝି ସାରିଛନ୍ତି । କାରଣ ଏହା ଆଲିଆଙ୍କ ଶରୀର ନୁହେଁ ବୋଲି ସ୍ପଷ୍ଟ ଜଣାପଡୁଛି । ତେଣୁ ଆଲିଆଙ୍କୁ ସମର୍ଥନ କରି ଡିପଫେକ୍ କରିଥିବା ଲୋକଙ୍କୁ ସମାଲୋଚନା କରି ଅନେକ କମେଣ୍ଟ ଆସିଛି ।

ସୂଚନାଯୋଗ୍ୟ, ଗତକିଛିଦିନ ତଳେ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ଭାଇରଲ ହୋଇଥିଲା । ଏହାପରେ ଭିଡିଓଟି ରଶ୍ମିକାଙ୍କର ନୁହେଁ ଜାରା ପଟେଲଙ୍କର ବୋଲି ଜଣାପଡିଥିଲା । ଏହି ଭିଡିଓ ଭାଇରଲ ହେବା ପରେ ସମସ୍ତ ସେଲିବ୍ରିଟି ଏହାକୁ ନେଇ ଚିନ୍ତା ପ୍ରକଟ କରି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।

ପ୍ରଥମେ ରଶ୍ମିକାଙ୍କର ତା’ ପରେ କ୍ୟାଟ୍ରିନା, କାଜୋଲ ଏବଂ ସାରା ତେନ୍ଦୁଲକରଙ୍କ ନାମ ସାମିଲ ହୋଇଥିଲା । ଏହାଛଡା ଟିଭି ଅଭିନେତ୍ରୀ ଜନ୍ନତ ଜୁବୈର, ଅନୁଷ୍କା ସେନ ଡିପଫେକର ଶିକାର ହୋଇଥିଲେ ।

ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ପ୍ରକାର ଭୁଲ୍ ତଥ୍ୟ ପୋଷ୍ଟ କରାଯାଇଛି ତେବେ ଏହାକୁ ୩୬ ଘଣ୍ଟା ମଧ୍ୟରେ ହଟାଇ ନେବା ଉଚିତ । ଯଦି ପ୍ଲାଟଫର୍ମ ପକ୍ଷରୁ ଏହା କରାନଯାଏ ତେବେ ସଂପୃକ୍ତ ବ୍ୟକ୍ତି ପ୍ଲାଟଫର୍ମ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ।

deepfake video କ’ଣ ?

deepfake video ଭିଡିଓ ହେଉଛି ,ଏକ କ୍ଲିପ୍ ଯେଉଁଥିରେ ଜଣେ ବ୍ୟକ୍ତି ମୁହଁ ଓ ଶରୀରକୁ ଡିଜିଟାଲି ପରିବର୍ତ୍ତନ କରାଯାଇଥାଏ । ଫଳରେ ସେ ଅନ୍ୟଜଣଙ୍କ ପରି ଦେଖାଯାଇଥାନ୍ତି । ଜଣେ ସେଲିବ୍ରିଟି କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଲୋକଙ୍କୁ ଭୁଲ୍ ସୂଚନା ଦେବା ଲାଗି ଏହା ପ୍ରାୟତଃ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.