Below header

ଅଲୁ ଅର୍ଜୁନ ଫସିଲେ ବିବାଦରେ, ଅଭିନେତାଙ୍କ ଅପମାନଜନକ ବିଜ୍ଞାପନକୁ ନେଇ ଲିଗାଲ ନୋଟିସ୍‌ ପଠାଇଲା ତେଲେଙ୍ଗାନା RTC

ତେଲେଙ୍ଗାନା ରାଜ୍ୟର ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେଶନ (TSRTC) ନିକଟରେ ଟଲିଉଡ୍‌ ସୁପରଷ୍ଟାର ଅଲୁ ଅର୍ଜୁନଙ୍କର ଏକ ବିଜ୍ଞାପନକୁ ବିରୋଧ କରିଛି। ଏହି ବିଜ୍ଞାପନ ବାଇକ୍‌ ଟ୍ୟାକ୍ସ ଆପ୍‌ର, ଯାହାକି ନିକଟରେ ୟୁଟ୍ୟୁବରେ ପ୍ରସାରିତ ହୋଇଥିଲା। ଏହି ବିଜ୍ଞାପନରେ ଅଲୁ କହୁଛନ୍ତି କି, ରାଜ୍ୟର ବସ୍‌ଗୁଡ଼ିକ ବହୁତ ଅଧିକ ସମୟରେ ଆପଣଙ୍କୁ ପହଞ୍ଚାଉଛନ୍ତି। ସେପଟେ ଏହି ଆପ୍‌ ଜରିଆରେ ଆପଣ ବାଇକ୍‌ରେ ଜଲ୍‌ଦି ତଥା ସୁରକ୍ଷିତ ଭାବରେ ପହଞ୍ଚି ପାରିବେ। ଜଣେ ଦୋସା ବିକ୍ରି କରୁଥିବା ବ୍ୟକ୍ତିର ଚରିତ୍ର ନିଭାଇ ଅଲୁ ଗ୍ରାହକମାନଙ୍କୁ କହୁଛନ୍ତି ଯେ ଭିଡ଼ ଥିବା ବସ୍‌ରେ ଯିବା ବଦଳରେ ଆପ୍‌ ଜରିଆରେ ମିଳିଥିବା ବାଇକ୍‌ରେ ଆରାମରେ ଯାଆନ୍ତୁ। ଏତିକି ନୁହେଁ, ଏହି ବିଜ୍ଞାପନରେ ଅଲୁ ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରେ ଅବସ୍ଥିତ ଏକ ଗାଁ ବୀରବସାରାମ୍‌ ରାସ୍ତାରେ ସରକାରୀ ବସ୍‌ ଚଳାଚଳ ଆଡ଼କୁ ବି ଇସାରା କରି କହିଛନ୍ତି।

TSRTCର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ବିସି ସଜ୍ଜନର ଏକ ବୟାନ ଜାରି କରି କହିଛନ୍ତି କି, ଏହି ବିଜ୍ଞାପନକୁ କିଛି ଦର୍ଶକଙ୍କ ତରଫରୁ ପସନ୍ଦ କରାଯାଇ ନାହିଁ, ଯେଉଁଥିରେ TSRTCରେ ଯାଉଥିବା ଯାତ୍ରୀ ଏବଂ କର୍ମଚାରୀ ସାମିଲ ଅଛନ୍ତି। TSRTCକୁ ଏହିଭଳି ଅପମାନ କରିବା, ନା TSRTC ମ୍ୟାନେଜମେଣ୍ଟ, ଯାତ୍ରୀ ନା ଏହାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବରଦାସ୍ତ ହେବ।

ଅଲୁ ଅର୍ଜୁନଙ୍କୁ ଲିଗାଲ ନୋଟିସ୍‌

ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ବିସି ସଜ୍ଜନର ଆଉ ମଧ୍ୟ କହିଥିଲେ ଯେ TSRTC ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବା ପାଇଁ ରହିଛି। ତେଣୁ ଏମିତି ବିଜ୍ଞାପନକୁ ପ୍ରମୋଟ କରିଥିବାରୁ ଅଲୁ ଅର୍ଜୁନଙ୍କୁ ନୋଟିସ୍‌ ପଠାଯିବ। ସେ କହିଥିଲେ କି, ଅଭିନେତାମାନଙ୍କୁ ଏମିତି ବିଜ୍ଞାପନକୁ ପ୍ରମୋଟ କରିବା ଉଚିତ, ଯାହା ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ସକାରାତ୍ମକ ରହିଥିବ। ତେବେ ତାଙ୍କର କହିବା ହେଉଛି, ଅଭିନେତା ପବ୍ଲିକ ଟ୍ରାନ୍ସପୋର୍ଟ ବିପକ୍ଷରେ ନୁହେଁ, ବରଂ ସପୋର୍ଟରେ କହିବା ଉଚିତ।

ଅଲୁ ଅର୍ଜୁନଙ୍କ ପ୍ରଫେଶନାଲ ଲାଇଫ୍‌

ସେପଟେ ଅଲୁ ଅର୍ଜୁନଙ୍କ ପ୍ରଫେଶନାଲ ଲାଇଫ୍‌ ଦେଖିଲେ, ସେ ଖୁବ୍‌ ଜଲ୍‌ଦି ‘Pushpa: The Rise Part 1’ରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମ ୫ ଭାଷାରେ ରିଲିଜ୍‌ ହେବ, ଯେଉଁଥିରେ ହିନ୍ଦୀ ମଧ୍ୟ ସାମିଲ ଅଛି। ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ପୁଷ୍ପା ରାଜର ଚରିତ୍ର ନିଭାଇବେ ଅଲୁ। ଫିଲ୍ମର ଷ୍ଟୋରୀଲାଇନ ଏବଂ ଚରିତ୍ର ଏତେ ଜବରଦସ୍ତ ଯେ ଫିଲ୍ମ ପାର୍ଟ ୨ରେ ମଧ୍ୟ ରିଲିଜ୍‌ ହେବ। ଫିଲ୍ମରେ ଅଲୁ ଅର୍ଜୁନଙ୍କ ସହିତ ରଶ୍ମିକା ମନ୍ଦାନା ଲିଡ୍‌ ରୋଲ୍‌ରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ଦୁଇଜଣ ଷ୍ଟାର ପ୍ରଥମ ଥର ଏକାଠି କାମ କରୁଛନ୍ତି ଏବଂ ଦର୍ଶକ ମଧ୍ୟ ଏହି ଦୁଇଜଣଙ୍କୁ ଏକାଠି ଦେଖିବା ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.