“ଲାଲ ସିଂହ ଚଢ଼ା”ରେ ସାଇନ କରିବାକୁ ମାତ୍ର ୩୦ ସେକେଣ୍ଡ ସମୟ ନେଇଥିଲେ ଅମୀର

ଅମୀର ଖାନଙ୍କୁ ମିସ୍ଟର ପରଫେକ୍ସନିଷ୍ଠ ଭାବରେ ବି ଜଣାଯାଏ । ପ୍ରତିଟି କଥାକୁ ମାପ ଚୁପ କରିବା ପରେ ହିଁ ଅମୀର ଏହା ଉପରେ କିଛି ନିଷ୍ପତ୍ତି ନେଇଥାନ୍ତି । ଆଜି ଆମେ ଆପଣଙ୍କୁ ମିସ୍ଟର ପରଫେକ୍ସନିଷ୍ଠଙ୍କ ଫିଲ୍ମ ଚୟନ ବିଷୟରେ କହିବାକୁ ଯାଉଛୁ । ଅମୀରଙ୍କ ପାଇଁ ଫିଲ୍ମ କେବଳ ମାତ୍ର ଟଙ୍କା ରୋଜଗାରର ମାଧ୍ୟମ ନୁହେଁ । ସେ ଫିଲ୍ମର ଅତି ଗଭୀର ପର୍ଯ୍ୟନ୍ତ ଯାଆନ୍ତି, ଅନେକ ଯାଞ୍ଚ ପଡତାଳ ବି କରନ୍ତି । ଆଉ ତାହା ପରେ ହିଁ କିଛି ନିଷ୍ପତ୍ତି ନିଅନ୍ତି । ଅମୀର ଖୋଳତାଡ କରି ବୁଝନ୍ତିଯେ ଏବେ ଦର୍ଶକ ମାନଙ୍କ ପସନ୍ଦ ଆସିବକି ନାହିଁ । ନଚେତ ସେ ଖର୍ଚ୍ଚ କରୁଥିବା ଟଙ୍କା ଅଯଥା ଯିବ । ଆଉ ଯେବେ “ଲାଲ ସିଂହ ଚଢା” କଥା ଉଠିଲା ଏଥିପାଇଁ ବି ଅମୀର ବର୍ଷ ବର୍ଷ ସମୟ ଲଗେଇ ଦେଇଥିଲେ ।

amir khan
image credit: Zee News

ପ୍ରକୃତରେ, ଏହି ଫିଲ୍ମର କାହାଣୀ ୧୨ ବର୍ଷ ପୂର୍ବରୁ ହିଁ ଲେଖାଯାଇଥିଲା । ଆଉ ଏହାକୁ ଲେଖିଥିଲେ ଅତୁଳ କୁଲକର୍ଣ୍ଣି । ଖୁବ କମ ଲୋକ ହୁଏତ ଜାଣିଥିବେ ଅତୁଳ ନିଜେ ଜଣେ ଭଲ ଆକ୍ଟର ବି । ନିଜେ ଲେଖିଥିବା କାହାଣୀ ସବୁକୁ ଅମୀର ଖାନଙ୍କୁ ଶୁଣେଇବାକୁ ଚାହୁଁଥିଲେ । କିନ୍ତୁ ସେପଟେ ଅମୀର ବାରମ୍ବାର ଅତୁଳଙ୍କ ଏହି ଅନୁରୋଧକୁ ଟାଳି ଚାଲିଥିଲେ । କାହିଁକି ନା ଯଦି ଅମୀରଙ୍କୁ ଏହା ପସନ୍ଦ ନ ଆସେ ଆଉ ସେ ମନା କରିଦିଅନ୍ତି ତେବେ କାଳେ ଅତୁଳଙ୍କ ମନ ଖରାପ ହୋଇଯିବ । କିଛି ବର୍ଷ ପରେ ଅମୀର ଏହାର କାହାଣୀକୁ ଶୁଣିବାକୁ ରାଜି ହୋଇଯାଇଥିଲେ । ଆଉ ଆଶ୍ଚର୍ଯ୍ୟର କଥା ଏହାର କାହାଣୀ ଶୁଣିବା ପରେ ମାତ୍ର ୩୦ ସେକେଣ୍ଡ ଭିତରେ ରାଜି ହୋଇଯାଇଥିଲେ ଅମୀର ।

ତାଙ୍କୁ “ଲାଲ ସିଂହ ଚଢା” ର କାହାଣୀ ଓ ସ୍କ୍ରିପ୍ଟ ଉଭୟ ପସନ୍ଦ ଆସିଥିଲା । ଆଉ ଏହା ପରେ ଫିଲ୍ମକୁ କ୍ଲିୟରାନ୍ସ ମିଳିବାକୁ ଅନେକ ବର୍ଷ ଲାଗିଯାଇଥିଲା । ରାଇଟ୍ସ ମିଳିବା ପରେ ଫିଲ୍ମର ସୁଟିଂ ଆରମ୍ଭ କରି ଦିଆଯାଇଥିଲା । ଆଉ ସୁଟିଙ୍ଗ ଆରମ୍ଭ ହେବାର କିଛି ବର୍ଷ ଭିତରେ ହିଁ କାମ ବନ୍ଦ କରି ଦିଆଯାଇଥିଲା । ଆଉ ଶେଷରେ ୧୨ ବର୍ଷ ପରେ ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି “ଲାଲ ସିଂହ ଚଢା” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.